କମିଲା କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ : ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଗ୍ରା ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀମାନେ ଦର ସଂଶୋଧନ କରିଥିବାରୁ ଏହି ଦର ହ୍ରାସ ପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଓଜନର ଏଲ୍ପିଜି ସିଲିଣ୍ଡର ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ।ଆଇଓସିଏଲ ସୂଚନା ଅନୁସାରେ, ମୁମ୍ବଇରେ ୧୯ କିଲୋଗ୍ରାମ୍ ଓଜନର କମର୍ସିଆଲ ଏଲ୍ପିଜି ସିଲିଣ୍ଡର୍ ୧,୮୦୮. ୫୦ ଟଙ୍କା କଲକାତାରେ ୧,୯୬୦. ୫୦ ଟଙ୍କା ଓ ଚେନ୍ନଇରେ ୨,୦୨୧.୫୦ଟଙ୍କାରେ ମିଳିବ। ତେବେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।
Powered by Froala Editor