Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, May 27, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ...

  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, ...

  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ...

  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା ...

  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ...

  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ ...

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ...

  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ...

  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ...

  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ...

ବିଶେଷ
Home ›› ବିଶେଷ ››ମନକୁ ଫୂର୍ତ୍ତି ରଖେ ଡ୍ୟାନ୍ସ ଥେରାପି

ମନକୁ ଫୂର୍ତ୍ତି ରଖେ ଡ୍ୟାନ୍ସ ଥେରାପି

2023-05-01 09:48:01
15479
Share:
Facebook
Twitter
E-Mail
WhatsApp
Telegram
ମନକୁ ଫୂର୍ତ୍ତି ରଖେ ଡ୍ୟାନ୍ସ ଥେରାପି

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରିରୀକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ।

ଅନେକ ରୋଗର ନିରାକରଣ ଡ୍ୟାନ୍ସ ଥେରାପି: ଦିନଯାକର ପରିଶ୍ରମ ସାଙ୍ଗକୁ ମାନସିକ ଚିନ୍ତା ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ। ସେଥିରୁ ମୁକ୍ତି ପାଇବାକୁ ଆଉ ନିଜକୁ ଫୁର୍ତ୍ତି ରଖିବାକୁ କିଏ ଯୋଗର ସାହାରା ନିଅନ୍ତି ତ କିଏ ସୁଷମ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଳ୍ପ କିଛି ମୂହୁର୍ତ୍ତର ଡ୍ୟାନ୍ସ ବି ଆମ ମନ ଓ ମସ୍ତିଷ୍କକୁ ସତେଜ କରିବାର କ୍ଷମତା ରଖିଥାଏ। ନିୟମିତ ରୂପରେ କରାଯାଉଥିବା ଏହି ଡ୍ୟାନ୍ସ ଆମକୁ ଶାରିରୀକ, ମାନସିକ ସ୍ତରରେ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯେମିତିକି:

- ମନକୁ ଫୂର୍ତ୍ତି ରଖେ: ଆଜିର ବ୍ୟସ୍ତମୟ ଜୀବନ ଭିତରେ ଛୋଟ ଛୋଟ କଥାକୁ ନେଇ ଟେନ୍‌ସନ୍‌ ହେବା କିମ୍ବା କୌଣସି ଘଟଣା ସମ୍ପର୍କରେ ଭାବି ମନ ଭିତରେ ଭୟ ଆସିବା ଯେମିତି ଆମର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେଣୁ ଏଭଳି ପରିସ୍ଥିତିରେ ମନକୁ ଶାନ୍ତ ରଖିବା ପାଇଁ ଡ୍ୟାନ୍ସ ଥେରାପି ଏକ ଭଲ ବିକଳ୍ପ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି। କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ମନରୁ କେବଳ ଅବସାଦ ଦୂର ହୁଏ ତାହା ନୁହେଁ, ନିଜକୁ ବେଶ୍‌ ଫୂର୍ତ୍ତି ବି ଲାଗିଥାଏ। କାମ କରିବା ପାଇଁ ମଧ୍ୟ ଆତ୍ମବିଶ୍ୱାସ ବଢ଼େ।

- ଶରୀରକୁ ଊର୍ଜାବାନ କରାଏ: ଡ୍ୟାନ୍ସ କରିବା ଦ୍ୱାରା ଆଳସ୍ୟ ଦୂର ହୋଇ ଶରୀର ଫୂର୍ତ୍ତି ଲାଗେ। ସରଳରେ କହିବାକୁ ଗଲେ, ଡ୍ୟାନ୍ସ ଶରୀରରେ ଊର୍ଜାର ସ୍ତରକୁ ଖୁବ୍‌ ବଢ଼ାଇଦିଏ। ଏପରିକି କେତେକ ସର୍ବେକ୍ଷଣରୁ ପ୍ରମାଣିତ ହୋଇଛି ଯେ, ପ୍ରତିଦିନ କିଛି କିଛି ସମୟ ଡ୍ୟାନ୍ସ ପ୍ରାକ୍ଟିସ୍‌ ବା ନୃତ୍ୟାଭ୍ୟାସ କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କ୍ଷମତା ଡ୍ୟାନ୍ସ ନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥାଏ।

- ଏକାଗ୍ରତା ବଢ଼ାଏ: ଡ୍ୟାନ୍ସ କରିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ; ଯଦ୍ଦ୍ବାରା ବ୍ୟକ୍ତି ନିଜ ଜୀବନରେ ପୂର୍ବାପେକ୍ଷା ଅଧିକ ଅନୁଶାସିତ ହୋଇଯା’ନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ କିଛି କିଛି ସମୟ ଡ୍ୟାନ୍ସ ଅଭ୍ୟାସ କରିବା ଫଳରେ ଆତ୍ମବିଶ୍ୱାସ ବି ବୃଦ୍ଧିପାଏ।

- ଶରୀରରେ ରକ୍ତ ସଞ୍ଚାର ଠିକ୍‌ ରଖେ: ଡ୍ୟାନ୍ସ କରିବା ଦ୍ୱାରା ଶରୀରର ପ୍ରତ୍ୟେକଟି ଅଙ୍ଗ ଚଳଚଞ୍ଚଳ ହୁଏ; ଯଦ୍ଦ୍ବାରା ପୂରା ଶରୀରରେ ରକ୍ତ ସଞ୍ଚାର ଠିକ୍‌ ଭାବରେ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାର ଠିକ୍‌ ହେଲେ ଅନେକ ରୋଗ ହେବାର ଆଶଙ୍କା ବି କମିଯାଏ।

- ହୃଦୟକୁ ସୁସ୍ଥ ରଖେ: ହୃଦ୍‌ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଡ୍ୟାନ୍ସ ଏକ ଉତ୍ତମ ଗତିବିଧି ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ସେମାନେ ସ୍ପିଡ୍‌ ଡ୍ୟାନ୍ସ କରିବା ଠିକ୍‌ ନୁହେଁ। ସୁମଧୁର ସଙ୍ଗୀତର ତାଳେ ତାଳେ ହାଲୁକା ଭାବେ ଝୁମି ଝୁମି କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ସେମାନଙ୍କର ହୃଦ୍‌ ସ୍ପନ୍ଦନ ଠିକ୍‌ ହେବା ସହିତ ସ୍ବାସ୍ଥ୍ୟରେ ମଧ୍ୟ ଅନେକ
ଉନ୍ନତି ଆସିଥାଏ ବୋଲି ସୂଚନା ରହିଛି।

- ଓଜନ ବି କମାଏ: ନିୟମିତ କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ଶରୀରରୁ କିଛି କ୍ୟାଲୋରି ଖର୍ଚ୍ଚ ହୁଏ; ଯଦ୍ଦ୍ବାରା ଏହା ଶରୀରର ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ। ଖାସ୍‌କରି ଓଜନ କମାଇବା ପାଇଁ ଫ୍ରିଷ୍ଟାଇଲ୍‌ ଡ୍ୟାନ୍ସ ହେଉଛି ସବୁଠୁ ଭଲ ବିକଳ୍ପ। ଫାଷ୍ଟ ମ୍ୟୁଜିକ୍‌ରେ ଡ୍ୟାନ୍ସ କରିବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଯାଏ। ଫଳରେ ଶରୀରରେ ଜମା ହୋଇ ରହିଥିବା ଚର୍ବି ଅଂଶ ଧୀରେ ଧୀରେ କମିବାକୁ ଲାଗେ। ଯଦ୍ଦ୍ବାରା ଶରୀରର ମୋଟାପଣ କମି ଧୀରେ ଧୀରେ ବଡି ଫିଟ୍‌ନେସ୍‌ ଆସିଯାଏ।

- ଶରୀର ଚଳଚଞ୍ଚଳ ହୁଏ: ଶରୀରର କୌଣସି ସ୍ଥାନ ହଠାତ୍‌ ମୋଡି କିମ୍ବା ମକଚି ହୋଇଗଲେ ଆମକୁ ଭୀଷଣ କଷ୍ଟ ହୋଇଥାଏ। ବଡି ମୁଭ୍‌ମେଣ୍ଟ ଠିକ୍‌ରେ ନ ହେଲେ ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ଯେଉଁମାନେ ନିୟମିତ କିଛି କିଛି ସମୟ ଡ୍ୟାନ୍ସ ପ୍ରାକ୍ଟିସ୍‌ କରିଥା’ନ୍ତି, ସେମାନଙ୍କର ବଡି ମୁଭ୍‌ମେଣ୍ଟ ବହୁତ ଭଲ ଭାବରେ ହୋଇଥାଏ। ଫଳରେ ସେମାନଙ୍କଠାରେ ଆଣ୍ଠୁଗଣ୍ଠି ଦରଜ ହେବାର ସମସ୍ୟା କମ୍‌ ରୁହେ। 

Powered by Froala Editor

Tags Dance therapy

Related articles Odisha News Lens 3.2

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...
    ବିଶେଷ

    ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15482
    May 27, 2023
  • ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ
    ଅପରାଧ

    ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

    15287
    May 28, 2023
  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ
    ଦେଶ-ଦେଶାନ୍ତର

    ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ

    14444
    May 28, 2023
  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14986
    May 27, 2023
  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’
    ମନୋରଞ୍ଜନ

    ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’

    14202
    May 27, 2023
  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍
    ମନୋରଞ୍ଜନ

    ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍

    14433
    May 27, 2023
  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ
    ଦେଶ-ଦେଶାନ୍ତର

    ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ

    15535
    May 27, 2023
  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

    15214
    May 27, 2023
  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ
    ଦେଶ-ଦେଶାନ୍ତର

    ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14813
    May 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

    15287
    May 28, 2023
  • ବିଶେଷ

    ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15482
    May 27, 2023
  • ଦେଶ-ଦେଶାନ୍ତର

    ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14813
    May 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15482
    May 27, 2023
  • ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

    13431
    May 27, 2023
  • ଆଇସକ୍ରିମ୍ ଖାଇବା ପରେ କେବେ ବି ପିଅନ୍ତୁନି ପାଣି

    14808
    May 27, 2023
  • ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲନ୍ତୁ, କମିଯିବ ହାର୍ଟ ଆଟାକ ଆଶଙ୍କା

    15874
    May 26, 2023
  • ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଦହି

    14425
    May 26, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18390
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19556
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19849
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19967
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ

    15228
    May 27, 2023
  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14986
    May 27, 2023
  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14813
    May 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In