ଲେଫ୍ଟନାଣ୍ଟ ହେଲେ ଗଲୱାନ ସହିଦ ଦୀପକ ସିଂଙ୍କ ପତ୍ନୀ
ଗଲୱାନରେ ସହିଦ ହୋଇଥିବା ବିହାର ରେଜିମେଣ୍ଟର ବୀର ଯବାନ ନାୟକ ଦୀପକ ସିଂଙ୍କ ସ୍ବପ୍ନ ପୂରଣ ହୋଇଛି। ଚାଇନା ସୈନ୍ୟଙ୍କ ସହ ରକ୍ତାକ୍ତ ସଂଘର୍ଷ ବେଳେ ବୀରତ୍ୱର ସହ ଲଢ଼େଇ କରି ଜୀବନ ଦେଇଥିବା ନାୟକ ଦୀପକ ସିଂଙ୍କ ସ୍ତ୍ରୀ ଲ୍ୟୁଟ୍ନାଣ୍ଟ ରେଖା ସିଂଙ୍କୁ ଶନିବାର ଭାରତୀୟ ସେନାରେ ସାମିଲ କରାଯାଇଛି। ସେ ପୂର୍ବ ଲଦାଖର ପ୍ରକୃତି ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଫ୍ରଣ୍ଟ ଲାଇନରେ ପୋଷ୍ଟିଂ ହୋଇଛନ୍ତି। ଯେଉଁଠି ତାଙ୍କ ସ୍ବାମୀ ତଥା ୨୦୨୦ ମସିହାରେ ଚୀନ ଆକ୍ରମଣର ମୁକାବିଲା କରିବା ବେଳେ ସହିଦ ହୋଇଥିଲେ।
ସେନାରେ ସାମିଲ ହେବା ପରେରେଖା ସିଂ କହିଛନ୍ତି ଯେ ସ୍ୱାମୀଙ୍କ ବିୟୋଗ ପରେ ସେନାରେ ସାମିଲ ହେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି, ‘ଆଜି ମୋର ଟ୍ରେନିଂ ଶେଷ ହୋଇଛି ଏବଂ ମୁଁ ଲେଫ୍ଟନାଣ୍ଟ ହୋଇଛି । ମୁଁ ବର୍ଗ ଅନୁଭବ କରୁଛି ଏବଂ ସବୁ ମହିଳାଙ୍କୁ ପରାମର୍ଶ ଦେଇ କହିବାକୁ ଚାହୁଁଛି ଯେ ନିଜ ଉପରେ ଭରସା ରଖନ୍ତୁ’ ।
ଏକ ଐତିହାସିକ ଘଟଣାକ୍ରମେ ଭାରତୀୟ ସେନା ଏହାର ଆର୍ଟିଲେରି ରେଜିମେଣ୍ଟରେ ୫ ମହିଳା ସେନା ଅଫିସରଙ୍କୁ ସାମିଲ କରିଛି। ଓଟିଏରେ ତାଲିମ ଶେଷ କରିବା ପରେ ଲ୍ୟୁଟନାଣ୍ଟ ମେହକ ସାଇନି, ଲ୍ୟୁଟନାଣ୍ଟ ସାକ୍ଷୀ ଦୁବେ, ଲ୍ୟୁଟ୍ନାଣ୍ଟ ଅଦିତି ଯାଦବ, ଲ୍ୟୁଟ୍ନାଣ୍ଟ ପିଅସ୍ ମୁଦଗିଲ୍ ଏବଂ ଲ୍ୟୁଟ୍ନାଣ୍ଟ ଆକାଂକ୍ଷା ସୈନ୍ୟବାହିନୀର ଆର୍ଟିଲେରି ୟୁନିଟ୍ରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଚାଇନା ସୀମାବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖାରେ ପୋଷ୍ଟିଂ ହୋଇଛନ୍ତି।
Powered by Froala Editor