ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ : ରଦ୍ଦ ହୋଇଯିବ ସାଂସଦ ପଦ
ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ସାଂସଦ ଅଫଜଲ ଅନସାରୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇପାରେ। ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେବାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ଏକ ଅଦାଲତ ମଧ୍ୟ ସେହି ୨୦୦୭ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ତାଙ୍କ ଭାଇ ତଥା ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅଫଜଲ ଅନସାରୀଙ୍କୁ କୋର୍ଟ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଜେଲ ଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନିୟମ ଅନୁଯାୟୀ ଯଦି ଜଣେ ସାଂସଦ କୌଣସି ମାମଲାରେ ୨ କିମ୍ବା ତା’ଠାରୁ ଅଧିକ ବର୍ଷର ଜେଲ ଦଣ୍ଡାଦେଶ ପାଆନ୍ତି, ତା’ହେଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯିବ। ଦଣ୍ଡାଦେଶ ପରେ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାକୁ ଯାଉଛି ।
‘ମୋଦି ସରନେମ’ ମାନହାନି ମାମଲାରେ ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇଥିଲା ।
Powered by Froala Editor