ଦାନ୍ତେଓ୍ବାଡ଼ା ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଦରଭା ଡିଭିଜନ

ଛତିଶଗଡ଼ର ଦାନ୍ତେଓ୍ବାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି ମାଓବାଦୀଙ୍କ ପିଏଲଜିଏ ଟିମ ଏହି ଘଟଣା ଘଟାଇଛନ୍ତି।
ବ୍ରାହ୍ମଣବାଦୀ ହିନ୍ଦୁତ୍ବ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ କରୁଥିବା ଅତ୍ଯାଚାର ଜବାବରେ ଏହି ଆକ୍ରମଣ କରାଯାଇଛି ବୋଲି ଦରଭା ଡିଭିଜନ କମିଟିର ସଚିବ ସାଇନାଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲମାନଙ୍କୁ ନିର୍ମୂଳ କରିବାକୁ ଘୋଷଣା କରି ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି । ଏଥିପାଇଁ ବସ୍ତର ଅଂଚଳକୁ ସୈନ୍ୟ ଛାଉଣୀ କରାଯାଇଛି । ବିଦେଶୀ ଶତ୍ରୁଙ୍କ ପରି ନିଜ ଦେଶର ଲୋକମାନଙ୍କ ଉପରେ ଆକାଶମାର୍ଗରୁ ହମଲା କରୁଛନ୍ତି । ଏପରିସ୍ଥିତିରେ ଏହାର ପ୍ରତିରୋଧ କରିବା ଛଡ଼ା ଜନତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ ।
Powered by Froala Editor