ସୁଦାନରେ ଫସିଥିବା ଭାରତୀୟ ଫେରିବେ : ଆରମ୍ଭ ହେଲା 'ଅପରେସନ୍ କାବେରୀ'
ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଦୁଇ ରକ୍ଷକଙ୍କ ମଧ୍ୟରେ ଅନ୍ତଃକନ୍ଦଳ କାରଣରୁ ସାଧାରଣ ଜନତା ହିଁ ପ୍ରଭାବିତ ହେଉଛନ୍ତି । କେବଳ ସୁଦାନ ନୁହେଁ ଅନ୍ୟ ଦେଶର ଲୋକ ଓ ଛାତ୍ରଛାତ୍ରୀ ବି ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତିରେ ସୁଦାନରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ‘ଅପରେସନ୍ କାବେରୀ’ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ପ୍ରାୟ ୫୦୦ଭାରତୀୟ ପୋର୍ଟ ସୁଦାନ ସହରରେ ପହଞ୍ଚିଛନ୍ତି। ଆହୁରି ଅନେକ ଭାରତୀୟ ବିମାନବନ୍ଦରରେ ପହଞ୍ଚୁଛନ୍ତି । ଆମର ଏୟାରକ୍ରାପ୍ଟ ଓ ଜାହଜ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତ ହୋଇ ରହିଛି'।
ସୂଚନାଯୋଗ୍ୟ ଯେ, ସୁଦାନ ସେନା ଓ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସେସ୍ (RSF) ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିରହିଛି । ନୂତନ ସରକାର ଗଠନକୁ ନେଇ ଲାଗି ରହିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି । ଫଳରେ ସୁଦାନରେ ଖାଦ୍ୟାଭାବ ମଧ୍ୟ ଦେଖିବାକୁ ମିଳିଲାଣି । ଏ ନେଇ କୌଣସି ସମାଧାନର ରାସ୍ତା ବାହାରୁ ନଥିବା ବେଳେ ଆଗକୁ ସ୍ଥିତି କେଉଁ ରୂପ ନେଉଛି ତାହା ଉପରେ ନଜର ରହିଛି ।
Powered by Froala Editor