ଦୁଷ୍କର୍ମରେ ଜନ୍ମିତ ପିଲାର ହେପାଜତ ମାଗିଲେ ଦୁଷ୍କର୍ମକାରୀ ବ୍ୟକ୍ତିର ବାପା, ମା’

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାପା ମା’ ଦୁଷ୍କର୍ମ ଘଟଣାରେ ଜନ୍ମିତ ପିଲାକୁ ନିଜ ହେପାଜତକୁ ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦୁଷ୍କର୍ମକାରୀଙ୍କ ପିତାମାତା ସୁପ୍ରିମ୍କୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି।
ଏପରି ଏକ ଅଜବ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିଥିଲେ। ନ୍ୟୁଜ ୱେବସାଇଟ ବାର୍ ଆଣ୍ଡ ବେଞ୍ଚ ପକ୍ଷରୁ ଘଟଣା ସମ୍ପର୍କରେ ଟ୍ୱିଟ କରାଯାଇଛି।
ସିଜେଆଇଙ୍କ ଖଣ୍ଡପୀଠରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଏହି ଖଣ୍ଡପୀଠରେ ଥିବା ଜଷ୍ଟିସ ପିଏସ ନରସୀମା ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ “ଆପଣ ଏଠାରେ କ’ଣ କହିବାକୁ ଚାହୁଁଛନ୍ତି?” “ଆପଣଙ୍କ ପୁଅ ଦୁଷ୍କର୍ମ ପାଇଁ ଜେଲରେ ଓ ଆପଣ ଚାହୁଁଛନ୍ତି ଦୁଷ୍କର୍ମ ଘଟଣା ଜନ୍ମିତ ପିଲା ଆମେ ଆପଣଙ୍କ ହାତରେ ଟେକି ଦେବୁ? ମା’ ପାଖରେ ପିଲାଟି ନ ରହି କେଉଁଠି ରହିବ? ଆପଣ କେମିତି ଏହି ଆବେଦନରେ ପକ୍ଷଭୁକ୍ତ ହେବେ?”
ଆବେଦନକାରୀ ଓକିଲ କହିଥିଲେ ଯେ “ସବୁ କିଛି ପିଲାଟିର ସ୍ୱାର୍ଥ ପାଇଁ କରାଯାଉଛି?” ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପଚାରିଥିଲେ, ଏହି ଅଦାଲତରେ କେଉଁ ପ୍ରକାର ଆବେଦନ ସବୁ ଆସୁଛି? ଏହି ମାମଲାରେ ହେବିୟସ୍ କର୍ପସ୍ କେମିତି ଲାଗୁ ହୋଇ ପାରିବ?
Powered by Froala Editor