ମାଲାୟାଲାମ ଭାଷାରେ ପ୍ରଧାନମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି
ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଥିବା ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି। ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଛି ।
କେରଳ ବିଜେପି ଅଧ୍ୟକ୍ଷ ସୁରେନ୍ଦ୍ରଙ୍କୁ ଚିଠି ପଠାଇଥିବା ବ୍ୟକ୍ତି ଆଗାମୀ ୨୪ ଏପ୍ରିଲରେ କୋଚିରେ ହେବାକୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣର ଧମକ ଦେଇଛି । ସେ ଏହି ଧମକପୂର୍ଣ୍ଣ ଚିଠିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେଖା ହୋଇଛି।
ସୁରେନ୍ଦ୍ରନ କହିଛନ୍ତି ଯେ ଚିଠିଟି ମାଲାୟାଲାମ ଭାଷାରେ ଲେଖା ହୋଇଛି। ଚିଠିଟି ସପ୍ତାହେ ତଳେ ଦଳର କୋଚି ସ୍ଥିତ ଆଞ୍ଚଳିକ ଅଫିସକୁ ଆସିଥିଲା। ଏହାକୁ ରାଜ୍ୟର ପୁଲିସ ଡିଜିଙ୍କୁ ଦିଆଯାଇଛି।
ସୂଚନା ଅନୁଯାୟୀ, ଏହି ମାମଲାରେ ପୁଲିସ୍ ଏନ୍କେ ଜନି ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାରଣ ଚିଠିରେ ତାଙ୍କ ଘରର ଠିକଣା ରହିଛି। ତେବେ କୋଚିର ଏହି ବ୍ୟକ୍ତି ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉପରେ କେହି ରାଗ ରଖି ଏଭଳି ଏକ ପଦକ୍ଷେପ ନେଇଛି।
Powered by Froala Editor