ଅତିକ-ଅଶରଫ ମୃତ୍ୟୁ ଘଟଣା : ଫିଲ୍ଡ ସାମ୍ବାଦିକଙ୍କ ପାଇଁ ଆସିବ ନୂଆ ଏସ୍ଓପି
ଉତ୍ତରପ୍ରଦେଶରେ ମାଫିଆ ଡନ୍ ଆତିକ ଓ ଭାଇ ଆଶଫରକୁ ସାମ୍ବାଦିକ ବେଶରେ ଆସି ସୁଟରମାନେ ହତ୍ୟା କରିଥିଲେ। ଗୁଳି ଚଳାଇଥିବା ୩ ଜଣ ସୁଟର ଲୁଭଲେଶ ତିୱାରୀ, ସନ୍ନି ଓ ଅରୁଣ ମୌର୍ଯ୍ୟ ଗୁଳି ଚଳାଇବା ପରେ ସେମାନଙ୍କୁ ୟୁପି ପୁଲିସ ଗିରଫ କରିଛି।
ୟୁପି ପୁଲିସ କହିଛି ଯେ ସୁଟରମାନେ ସାମ୍ବାଦିକ ଭାବରେ ଆସିଥିଲେ। ଆତିକ ଚେକ୍ ଅପ୍ ପାଇଁ ପହଞ୍ଚିବା ପରେ ସାମ୍ବାଦିକ ମାନେ ତାଙ୍କୁ ଘେରି ରହିଥିଲେ ଏବଂ ଆତିକ ଓ ତାଙ୍କ ଭାଇ ଆଶ୍ରଫଙ୍କ ନିକଟତର ହୋଇଥିଲେ। ଜଣଙ୍କ ହାତରେ କ୍ୟାମେରା ଥିଲା ଏବଂ ସେ କ୍ୟାମେରାମ୍ୟାନ୍ ଭାବରେ ନିଜକୁ ପ୍ରଦର୍ଶିତ କରୁଥିଲା। ତୃତୀୟ ଜଣଙ୍କ ଉଭୟଙ୍କୁ ସାହାଯ୍ୟ କରୁଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଆତିକକୁ ସାମ୍ବାଦିକମାନେ ମାତ୍ର ୨ଟି ପ୍ରଶ୍ନ ପଚାରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ ଏବଂ ସେ ତଳେ ପଡିଯାଇଥିଲେ। ଅନ୍ୟ ଦୁଇଜଣ ଯୁବକ ମଧ୍ୟ କ୍ୟାମେରା ଏବଂ ମାଇକ୍ ଫିଙ୍ଗି ଗୁଳି ଚଳାଇବା ଆରମ୍ଭ କରିଥିଲେ।
ସାମ୍ବାଦିକ ଓ ପୁଲିସ୍ଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିଲା। ଗୁଳିମାଡ଼ରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମ୍ବାଦିକଙ୍କ ପାଇଁ ନୂଆ ଏସ୍ଓପି ଆଣିବେ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗୋଟିଏ ଏସ୍ଓପି ପ୍ରସ୍ତୁତ କରିବ। କୁଖ୍ୟାତ ଅପରାଧୀଙ୍କ ବାଇଟ ନେବାକୁ ଚେଷ୍ଟା କରିବା ବେଳେ ସାମ୍ବାଦିକମାନେ କେଉଁ ସବୁ ବିଷୟପ୍ରତି ଧ୍ୟାନ ଦେବେ ଓ କ’ଣ କରିବେ, ସେସବୁ କଥା ଏସ୍ଓପିରେ ରହିବ। ଖୁବଶୀଘ୍ର ଏହି ଏସ୍ଓପି ଜାରି କରାଯିବ ବୋଲି ଜଣାପଡ଼ିଛି।
Powered by Froala Editor