ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ୪ ଜଣଙ୍କ ମୃତ୍ୟୁ
ପଞ୍ଜାବର ବଠିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ’୮୦ ମିଡିୟମ୍ ରେଞ୍ଜ୍’ର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ପୂରା ଅଞ୍ଚଳକୁ ସିଜ୍ କରାଯାଇଛି। ‘କୁଇକ୍ ରିଆକ୍ସନ୍ ଟିମ୍’ ତତ୍ପର ହୋଇ ସେ ଅଞ୍ଚଳକୁ କର୍ଡନ୍ କରି ସିଲ୍ କରି ପକାଇଛି।
ସୂଚନା ଅନୁସାରେ, ସାମରିକ କେନ୍ଦ୍ରର ଅଫିସର୍ସ ମେସ୍ ଭିତରେ ଗୁଳିକାଣ୍ଡ ଘଟିଛି। ନିହତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ‘ଏସ୍ଏସ୍ପି’ କହିଛନ୍ତି।
ବଠିଣ୍ଡା ଏସଏସ୍ପି କହିଛନ୍ତି ଯେ ଏହା ଆତଙ୍କବାଦୀ ହମଲା ନୁହେଁ। କିନ୍ତୁ କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନି। ୨ ଦିନ ତଳେ ଗୋଟିଏ ରାଇଫଲ ଓ ୨ଟି ମାଗାଜିନ୍ କ୍ୟାମ୍ପ ମଧ୍ୟରୁ ଚୋରି ହୋଇଥିଲା। ତେଣୁ ଏହି ରାଫଲରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।
Powered by Froala Editor