ବଡ଼ ଭାଉଜକୁ ହାଣି ହତ୍ୟା କଲା ଦିଅର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟକିରି ଗାଁରେ ଜମିଜମାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାମ ଅନିତା ନାୟକ ବୋଲି ଜଣାପଡିଛି ।
ବୁଧବାର ଦିନ ସକାଳ ସମୟରେ ଅନିତା ନାୟକ ନିଜ ଘର ସଫା କରୁଥିଲେ । ଏହି ସମୟରେ ଦିଅର(ଜୟନ୍ତ) ହଠାତ୍ ଭାଉଜ ଅନିତାର ହାତକୁ ଭିଡି ଘର ଭିତରକୁ ନେଇଯାଇଥିଲେ । ଘର ଭିତରେ ଉଭୟଙ୍କ ମଧ୍ୟରେ କିଛି ବଚସା ହୋଇଥିଲେ । ଏହାପରେ ଅନିତାଙ୍କୁ ହତ୍ୟା କରିଥିଲେ ଦିଅର ।
ତେବେ ଦୀର୍ଘ ଦିନ ଧରି ଉଭୟ ଭାଇଙ୍କ ମଧ୍ୟରେ ପାରିବାରିକ ବିବାହ ଲାଗିରହିଥିଲା । ଶେଷରେ ବୁଧବାର ଦିନ ସକାଳୁ ନିଜ ବଡ଼ ଭାଉଜ ଅନିତା ନାୟକଙ୍କୁ ହାଣି ହତ୍ୟା କରିଛି ଦିଅର ଜୟନ୍ତ ନାୟକ ।
Powered by Froala Editor