ଆଧୁନିକତାରୁ ମୁହଁ ଫେରେଇଲେଣି ଯୁବପିଢି : କାଫେରେ ହନୁମାନ ଚାଳିଶା

ଧୀରେ ଧୀରେ ଆଧୁନିକତାରୁ ମୁହଁ ଫେରେଇଲେଣି ଯୁବପିଢି । ପୁଣି ପୁରୁଣା ଢାଞ୍ଚାରେ ଭଗବାନଙ୍କ ପ୍ରତି ସମର୍ପିତ ମନୋଭାବ ଆଣିଲେଣି । ସେମାନେ ବି ବୁଝିଲେଣି ଯେ, ଯେଉଁ ଖୁସି ଭଗବାନଙ୍କ ନାମରେ ଅଛି ସେ ଖୁସି ଅନ୍ୟ କେଉଁଠାରୁ ମିଳିବନି । ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ। ଏକ କଫି କାଫେ ବାହାରେ କିଛି ଯୁବକ ଓ ଯୁବତୀ ବସି କରିଛନ୍ତି ହନୁମାନ ଚାଳିଶା ପାଠ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହରିୟାଣା ଗୁରୁଗ୍ରାମରେ ଏକ କଫି କାଫେ ଯାହାର ନାଁ ଗିଭ୍ ୟୁ ୱିଙ୍ଗସ୍। ଏଠି କିଛି ଯୁବକ ଓ ଯୁବତୀ ଏକାଠି ହୋଇ ହନୁମାନ ଚାଳିଶା ପାଠ କରିଛନ୍ତି । କେବଳ ସେତିକି ନୁହେଁ ଢ଼ୋଲ ମୃଦଙ୍ଗ ବଜାଇ ରାମ ଭଜନ ମଧ୍ୟ ଗାଉଛନ୍ତି। ସେମାନଙ୍କୁ ଦେଖି କାଫେକୁ ଟାଣି ହୋଇ ଆସୁଛନ୍ତି ଅନେକ ଗ୍ରାହକ। ଆଉ ସେମାନଙ୍କ ସହ ମିଶି ମଜ୍ଜି ଯାଉଛନ୍ତି ଭଜନରେ। ଯୁବଗୋଷ୍ଠୀଙ୍କ ଏହି ନିଆରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor