କରୋନା ସଂକ୍ରମଣ ପୁଣି ବୃଦ୍ଧି, ୮ଟି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗୁରୁବାର ୧୩୦୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ୧୪୦ଦିନ ପରେ କୋଭିଡର ଦୈନିକ ମାମଲାରେ ସର୍ବାଧିକ।
ସେ କହିଛନ୍ତି ଯେ, ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂତନ ମାମଲା ବୃଦ୍ଧି ପଛରେ କୋଭିଡ-୧୯ର ଏକ୍ସବିବି.୧.୧୬ ବୋଲି କୁହାଯାଉଛି। ତେବେ ଭାରତୀୟ ସାର୍ସ କୋଭ-୨ ଜେନୋମିକ୍ସ କନ୍ସୋର୍ଟିୟମ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ଏହି ଭାରିଆଣ୍ଟର ସର୍ବାଧିକ ମାମଲା ୧୦୫ ରହିଛି। ସେହିପରି ତେଲେଙ୍ଗାନାରେ ୯୩, କର୍ନାଟକରେ ୬୧ ଏବଂ ଗୁଜୁରାଟରେ ୫୪ଟି ମାମଲା ରହିଛି। ଜାନୁଆରୀରେ ଏକ୍ସବିବି ୧.୧୬ ଭାରିଆଣ୍ଟର ଦୁଇଟି ନମୁନା ପ୍ରଥମେ ସାମ୍ନାକୁ ଆସିଥିଲା। ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି।
Powered by Froala Editor