କଏଦୀଙ୍କ ପାଇଁ ୧୧ କୋଟି ଦାନ କରିବାକୁ ଚାହୁଁଛି ‘ମହାଠକ’
ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଜନ୍ମଦିନ ଅବସରରେ ମହାଦାନ କରିବା ପାଇଁ ଜେଲର ଡିଜିଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କଏଦୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କରିଛି ।
ଚିଠିରେ ସୁକେଶ ଲେଖିଛି,ଯେ ‘ମୁଁ ଜେଲରେ ଥିବା ସେହି କଏଦୀମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ଯେଉଁମାନେ ଜାମିନ ପାଇବା ସତ୍ତ୍ୱେ ଜାମିନ ବଣ୍ଡ ପୈଠ କରିପାରୁନଥିବାରୁ ମୁକୁଳି ପାରୁନାହାଁନ୍ତି। ଜେଲରେ ଏପରି ଅନେକ କଏଦୀ ଅଛନ୍ତି ଯେଉଁମାନେ ନିଜ ପରିବାର, ପିଲା ଏବଂ ସେମାନଙ୍କ ପାଠପଢା ଖର୍ଚ୍ଚ ବହନ କରିବାକୁ ଅସମର୍ଥ । ମୁଁ ଏପରି କଏଦୀମାନଙ୍କ ପାଇଁ ୫ କୋଟି ୧୧ ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଛି। ସୁକେଶ ଚନ୍ଦ୍ରଶେଖର କହିଛି ଯେ ସେ ଏହି ଅର୍ଥକୁ ସଠିକ୍ ଉପାୟରେ ଅର୍ଜନ କରିଥିବାବେଳେ ବର୍ତ୍ତମାନ ସେ ତାଙ୍କ ଜନ୍ମଦିନ ଅବସରରେ ଏହାକୁ ଦାନ କରିବାକୁ ଚାହୁଁଛନ୍ତି।
ସୁକେଶ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, ମୁଁ ୨୦୧୭ଠାରୁ ଏହି ଜେଲରେ ଅଛି ଏବଂ ଏହି ସମୟରେ ମୋର ବ୍ୟକ୍ତିଗତ କ୍ଷମତା ଅନୁଯାୟୀ, ମୁଁ ପ୍ରାୟ ୪୦୦ ସହକର୍ମୀଙ୍କୁ ଜାମିନ ରାଶି ପୂରଣ କରିବାରେ କିମ୍ବା ସେମାନଙ୍କ ପରିବାରକୁ ସହାୟତା କରିବାରେ ସାହାଯ୍ୟ କରିସାରିଛି।
Powered by Froala Editor