ତାମିଲନାଡୁ, କର୍ଣ୍ଣାଟକ ସହ ଏହି ରାଜ୍ୟମାନଙ୍କରେ ଖୋଲିବ ମେଗା ଟେକ୍ସଟାଇଲ ପାର୍କ

ଲକ୍ଷ ଲକ୍ଷ ନିଯୁକ୍ତି ପାଇଁ ସୁଯୋଗ ମିଳିବ । କାରଣ ୭ ରାଜ୍ୟରେ ଖୋଲିବାକୁ ଯାଉଛି ମେଗା ଟେକ୍ସଟାଇଲ ପାର୍କ । ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ କହିଛନ୍ତି 'ସୂଚନା ଦେଇ ଖୁସି ଲାଗୁଛି ଯେ ପିଏମ୍ ମିତ୍ର ମେଗା ଟେକ୍ସଟାଇନ୍ ପାର୍କ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଉତ୍ତରପ୍ରଦେଶରେ ପ୍ରତିଷ୍ଠା କରାଯିବ।' 'ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଟେକ୍ସଟାଇଲ୍ ସେକ୍ଟରରେ ଅତ୍ୟାଧୁନିକ ମୂଳ ଭିତ୍ତି ପକାଇବ। କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହିତ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହା ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର୍ ଦି ୱାର୍ଲ୍ଡ ପାଇଁ ଏକ ବଡ଼ ଉଦାହରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
Powered by Froala Editor