ଖରାଦିନେ ଦହି ପିଅନ୍ତୁ, ମିଳିବ ଏସବୁ ଫାଇଦା...

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି । ମାର୍ଚ୍ଚ ମାସ ଅଧା ନହେଉଣୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ଗରମ ହେଲାଣି । ପାଣିପାଗ ବିଭାଗ ବିଶେଷଜ୍ଞମାନେ କହିଲେଣି, ଏ ବର୍ଷ ଅସହ୍ୟ ତାତି ହେବ । ଯାହାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ସେପଟେ ଲୋକେ ଖରାରୁ ମୁକ୍ତି ପାଇବାକୁ ମୃଦ୍ୟୁ ପାନୀୟ ପିଇବା ଆରମ୍ଭ କରି ଦେଲେଣି । ଏହାକୁ ଦୃଷ୍ଟିରେ ରଖି ଗାଁଠୁ ସହର ବ୍ୟବସାୟୀମାନେ ସେମାନଙ୍କ ପସରା ଖୋଲି ସାରିଲେଣି । ଏବେ ଛକ ଛକରେ ତରଭୁଜ, ପଇଡ଼, ଲସି, ଲେମ୍ବୁ ସରବତ ଓ ଆଖିରସ ବିକ୍ରି ହେଲାଣି । ଏସବୁ ଭିତରେ ସ୍ୱାସ୍ଥ୍ୟ ଉପକାରୀ ହେଉଛି ଦହି ସରବତ । ଯାହା ଆମକୁ ଅନେକ ଉପକାର ଦେଇଥାଏ । ଡାକ୍ତରମାନେ ମଧ୍ୟ ଏହାକୁ ରୁଟିନ୍ରେ ସାମିଲ କରିବାକୁ ପରାମର୍ଶ ଦେଉଛନ୍ତି । ଏବେ ଆସନ୍ତୁ ଜାଣିବା ଏହାଦ୍ୱାରା କ’ଣ ଫାଇଦା ମିଳିଥାଏ...
-ଖରାଦିନେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।
-ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇଲେ ଏହା ଦୂର ହୁଏ
-ନିୟମିତ ଦହି ପିଇଲେ ହଜମଶକ୍ତି ବୃଦ୍ଧି ପାଏ
-ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ
-ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ
-ଖରାଦିନରେ ଦହି ସରବତ ପିଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ
Powered by Froala Editor