ରାଫେଲ୍ ବିମାନ କିଣାବିକା ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ : ମିଡିଆପାର୍ଟ

ରାଫେଲ ଚୁକ୍ତି ଉପରେ ପୁଣି ଉଠିଛି ବିବାଦ | ଫ୍ରାନ୍ସର ଅନଲାଇନ୍ ଜର୍ଣ୍ଣାଲ ‘ମିଡିଆପାର୍ଟ’ରେ ପ୍ରକାଶିତ ଖବର ଅନୁଯାୟୀ ଭାରତ-ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ରାଜିନାମା ସ୍ବାକ୍ଷରିତ ହେଲା ପରେ ଫ୍ରାନ୍ସର ବିମାନ ନିର୍ମାତା ଡାସଲ୍ଟ କମ୍ପାନି ରାଫେଲ୍ ବିମାନ କିଣାବିକା ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ ଦେଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।
ଅପରପକ୍ଷରେ , ରାଫେଲ ବିମାନର ୫୦ଟି ପ୍ରତିକୃତି ନିର୍ମାଣ ପାଇଁ ଏହି କାରବାର ହୋଇଛି ବୋଲି ଡାସଲ୍ଟ କମ୍ପାନି ସଫେଇ ଦେଇଛି। ତେବେ ଏହା ପ୍ରଘଟ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଵାଲା ଦାବି କରିଛନ୍ତି।
ଏହିଠାରେ ସୂଚନା ଯେ ୨୦୧୬ରେ ଭାରତ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ୫୮ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା ।