ସାହାରପଡା ଅଞ୍ଚଳରେ ହୁଡ଼ିରେ ବୁଲୁଛି ଗାଡ଼ ଭାଲୁ
ପାଟଣା : ପାଟଣା ବନାଞ୍ଚଳ ଓ ସାହାରପଡା ବନକ୍ଷେତ୍ର ଉଦୟପୁର ବିଟ ଅଧିନସ୍ଥ ଖୁଣ୍ଟାପିଙ୍ଗୁ – ହରିଚନ୍ଦନପୁର ନିକଟ ହୁଡ଼ିରେ ସୋମବାର ଦିନ ଏକ ଗାଡ଼ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ। ତେବେ ଅସାମାଜିକ ବ୍ୟକ୍ତି ମାନେ ଜଙ୍ଗଲ, ହୁଡ଼ି ଏବଂ ଘଞ୍ଚ ବୁଦାଳିଆ ସ୍ଥାନ ଗୁଡ଼ିକରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟ ଜୀବଜନ୍ତୁ ମାନେ ଜୀବନ ବଞ୍ଚାଇ ବାହାରକୁ ଚାଲି ଆସୁଛନ୍ତି। ଏଥିପ୍ରତି ବନ ବିଭାଗ ହେଉ ଅବା ସାମାଜିକ ସଂଗଠନ ଗ୍ରାମାଞ୍ଚଳରେ ପହଞ୍ଚି ଲୋକ ମାନଙ୍କୁ ସଚେତନ କରାଉଥିଲେ ମଧ୍ୟ କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ଗଛ ପୋଡିବା ସହ ଜୀବଜନ୍ତୁ, କୀଟପତଙ୍ଗ ସଂଖ୍ୟ ଧିରେ ଧିରେ ଲୋପ ହେବାରେ ଲାଗିଛି । ତେଣୁ ନିଆଁ ଲଗାଉଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କଲେ,କିଛି ମାତ୍ରାରେ ହୁଏତ ଗଛ, ଜୀବଜନ୍ତୁ, କୀଟପତଙ୍ଗ ମାନେ ଉଦ୍ଧାର ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।
Powered by Froala Editor