ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ୧୨.୬୪% ବୃଦ୍ଧି
ଭୁବନେଶ୍ୱର: ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ସଂପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪% ବୃଦ୍ଧି ପାଇଥିବା ବେଳେ ତତ୍ଜନିତ ମୃତ୍ୟୁସଂଖ୍ୟା ୧୬.୦୯%କୁ ବୃଦ୍ଧି ପାଇଛି। ଆମ ରାଜ୍ୟରେ ୨୦୨୧ ମସିହାରେ ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଓ ତତ୍ଜନିତ ମୃତ୍ୟୁସଂଖ୍ୟାର ବୃଦ୍ଧି ହାର ଯଥାକ୍ରମେ ୧୧.୮୯% ଓ ୭.୦୪% ରହିଛି, ଯାହାକି ସର୍ବଭାରତୀୟ ସ୍ତରଠାରୁ କମ୍।
ରାଜ୍ୟରେ ମଦ୍ୟପାନ ଯୋଗୁ ଘଟୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ୧.୬୩% ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
Powered by Froala Editor