୧୧ଟା ୩୦ ଯାଏଁ ଗୃହ ମୁଲତବି
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଏବଂ ବିଜେପିର ନାରାବାଜି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧ ପ୍ରଦର୍ଶନ ହେଉଥିବା ଦେଖିବାକୁ ମିଳିଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀମାନେ ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚଲାଇବା ସମ୍ଭବପର ନହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ଆଜି ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ କୃଷି କ୍ଷେତ୍ରରେ ବ୍ୟୟବରାଦ ୭ ପ୍ରତିଶତ ହ୍ରାସ କମାଇଛନ୍ତି । ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ସେହିପରି ଚାଷୀଙ୍କର ଫସଲର ସୁରକ୍ଷା ପାଇଁ କିଛି ନୂଆ ଯୋଜନା ବଜେଟରେ ଆସିପାରେ ।
Powered by Froala Editor