ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ବଦଳିଲା ବୟସ ସୀମା, ଜାଣନ୍ତୁ କେତେ? ’
ଭୁବନେଶ୍ୱର: ବଦଳିଲା ନାମଲେଖା ବୟସ ସୀମା, ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପିଲାଙ୍କ ବୟସ ସୀମା ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ନୂଆ ନୀତି ଆପଣାଇନଥିବା ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ।
ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି, ସେମାନେ ଏହି ନିୟମ ଲାଗୁ କରିବେ । ଯେଉଁ ରାଜ୍ୟ ଏହି ଶିକ୍ଷା ନୀତିକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ନିଦ୍ଦେର୍ଶ ଦିଆଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂତନ ଜାତୀୟ ଶିକ୍ଷା ନୀତି, ଏନ.ଇ.ପି. ଅନୁଯାୟୀ, ମୂଳ ପର୍ୟ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ୫ ବର୍ଷର ଶିକ୍ଷଣ ସୁଯୋଗ ୩ ରୁ ୮ ବର୍ଷ ମଧ୍ୟରେ ରହିଛି। ଯେଉଁଥିରେ ୩ ବର୍ଷର ପ୍ରାକ୍ -ସ୍କୁଲ ଶିକ୍ଷା ଏବଂ ଏହା ପରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ।
Powered by Froala Editor