ଶୌଚାଳୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କୋରାପୁଟ : ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର। କୋରାପୁଟ ଡୁମିରିପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ଥିବା ଏକ ଶୌଚାଳୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରେଳପଥ ଦୋହରିକରଣ କାର୍ୟ୍ୟରେ ସେ ନିୟୋଜିତ ଥିବା ଜଣାପଡିଛି। ବର୍ତ୍ତମାନ ପର୍ୟ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଜିଆରପି ପକ୍ଷରୁ ମୃତଦେହକୁ ଜବତ କରାଯାଇ ତଦନ୍ତ କରାଯାଉଛି। ତେବେ ଯୁବକଙ୍କୁ କେହି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Powered by Froala Editor