Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ...

  • ମୋଦି ସରକାର ପେପର ଲିକ୍ ବିରୋଧରେ ...

  • 'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ...

  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ...

  • ସାରନାଥର ସ୍ଥାପତ୍ୟ ୟୁନେସ୍କୋ ତାଲିକାରେ

  • ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ...

  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ...

  • ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ...

  • ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ...

ରାଜ୍ୟ
Home ›› ରାଜ୍ୟ ››ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପୂରା ବିବୃତ୍ତି

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପୂରା ବିବୃତ୍ତି

2023-02-22 08:47:38
13760
Share:
Facebook
Twitter
E-Mail
WhatsApp
Telegram
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପୂରା ବିବୃତ୍ତି

ଭୁବନେଶ୍ୱର: ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ମାନ୍ୟବର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ । ଯେତେବେଳେ ଆମେ ଏ ଗୃହରେ ଏକାଠି ହେଲେ, ସେତେବେଳେ ଆମେ ସ୍ବର୍ଗତ ଦାସଙ୍କ  ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଲେ । ତାଙ୍କ ବିୟୋଗରେ, ଓଡିଶା ବିଶେଷ କରି ପଶ୍ଚିମ ଓଡିଶାର ବିକାଶ ପାଇଁ ସମର୍ପିତ ଭାବରେ କାର୍ୟ୍ୟ କରୁଥିବା ଜଣେ ପ୍ରଗତିଶୀଳ ନେତା ଓ ଆମର ଜଣେ ପ୍ରିୟ ସହଯୋଗୀଙ୍କୁ ଆମେ ହରାଇଲୁ ।

ଗତ ଜାନୁଆରୀ ୨୯, ୨୦୨୩ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍‌ଇନ୍‌ସପେକ୍ଟର ଓଡିଶାର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ।   ଶ୍ରୀ ଗୋପାଳ ଦାସ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ । ଆମର ସମସ୍ତ ଉଦ୍ୟମ ସତ୍ତ୍ବେ   ନବକିଶୋର ଦାସଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।

 

ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ୟ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ୟ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ୟ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି ।

 

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି । 

 

ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି। 

 

ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment  ଏବଂ  Layered voice Analysis Test  ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି ।

ଅଭିଯୁକ୍ତ ଠାରୁ ସତ୍ୟ ଉଦ୍‌ଘାଟନ ତଥା ଅଧିକ ତଥ୍ୟ ବାହାର କରିବାପାଇଁ ଗୁଜୁରାଟ State Forensic Science Laboratoryରେ  ବିଶେଷଜ୍ଞଙ୍କ ଦ୍ବାରା Narco Analysis କରାଯାଇଅଛି । ତେଣୁ ସତ୍ୟର ଉଦ୍‌ଘାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ।ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ Federal Bureau of Investigationର ସହାୟତା ନେବା ପାଇଁ  ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର FBI ସଂସ୍ଥାର  Behavioral  Support Unit ଦ୍ବାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବାପାଇଁ ଓଡିଶା ସରକାର ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସହାୟତା କାମନା କରିଛନ୍ତି ।

ମୁଁ ଏହି ଗୃହକୁ ପୁନଃ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ,  ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ Forensic  ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ଆମେ ସମସ୍ତ ପଦକ୍ଷେପ ନେବୁ ।

ତେବେ ସେ ଯାହା ହେଉ ନା କାହିଁକି, ଏହି ମର୍ମନ୍ତୁଦ ଘଟଣା ପରେ ଏଭଳି ଏକ ସମ୍ବେଦନଶୀଳ କେସ୍‌ର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି । ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ।

ସ୍ବାଧୀନ ବିଚାର ବ୍ୟବସ୍ଥା ଆମ ଗଣତନ୍ତ୍ରର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ।  ଏହି କେସ୍‌ର ତଦନ୍ତ କାର୍ୟ୍ୟ ତଦାରଖ କରିବାପାଇଁ ମାନ୍ୟବର ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତି ଦେବା ପରେ ପରେ ପୋଲିସର ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି । ତେଣୁ ଏହି କେସ୍‌କୁ ନେଇ ରାଜନୀତି କରିବାର କଣ ଆବଶ୍ୟକତା ଅଛି ?  ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାର କଣ ଆବଶ୍ୟକତା ଅଛି ?  ଆମେ ସମସ୍ତେ ଆମର ସ୍ବାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବା ସହ ତା ଉପରେ ଭରସା ରଖିବା ଉଚିତ ।

 

ଭାରତ ୭୫ ବର୍ଷର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର । ଓଡିଶାରେ ଅତ୍ୟନ୍ତ ପରିପକ୍ବ  ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି । ଏହି କେସ୍‌ର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

 

ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୋଲିସ କର୍ମଚାରୀ । ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।

 

ତେବେ ସେ ଯାହା ହେଉ ନା କାହିଁକି, ଆମର ବିରୋଧୀ ଦଳର କେତେକ ନେତା, ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳର ନେତା ମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ ଅଟେ। ମୋତେ ଦୁଃଖ ଲାଗୁଛି ଯେ ବିରୋଧୀ ଦଳ ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳ ଏହି ଜଘନ୍ୟ ଘଟଣାର ରାଜନୀତିକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ୟ୍ୟକ୍ରମ ନାହିଁ । ଓଡିଶା ପୋଲିସ, ଯେ କି ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି, ଏହା ତାର ମନୋବଳକୁ ଦୁର୍ବଳ କରୁଛି ।

ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ୟ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି । କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୋଲିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ । ଆମ ଦେଶ ସବୁବେଳେ ଆମର ସାହସୀ ଜବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି । ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି ।  ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି । ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ ।  ଜଣେ ପୋଲିସ କର୍ମଚାରୀଙ୍କ କାର୍ୟ୍ୟ ଯୋଗୁଁ ସମଗ୍ର ପୋଲିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି ।

 

ଏହା ହେଉଛି ରାଜ୍ୟ ପୋଲିସ ଓ ଗୃହରକ୍ଷୀ ବାହିନୀରେ କାର୍ୟ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ । ଓଡିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ।  ଓଡିଶା ପୋଲିସର ଓଡ୍ରାଫ ଜବାନ ଓ ଅଗ୍ନିଶମସେବାର କର୍ମଚାରୀମାନେ ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ସେମାନଙ୍କ ଜୀବନକୁ ବାଜି ଲଗାଇ ସେମାନଙ୍କ  ଉତ୍ସର୍ଗୀକୃତ ସେବା ଦ୍ବାରା ଧନଜୀବନର ସୁରକ୍ଷା କରିଛନ୍ତି । 

 

ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଆମ ପୋଲିସ ବାହିନୀ ଯେଭଳି ପ୍ରଶଂସନୀୟ କାର୍ୟ୍ୟ କରିଛି, ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଏକ ପରିପକ୍ବ ଗଣତନ୍ତ୍ର ଭାବରେ ଆମେ ଅନାବଶ୍ୟକ ଭାବରେ ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଂଗ ଗୁଡିକ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ ।

ଉଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ଜଣେ ବ୍ୟକ୍ତି ଦାୟିତ୍ବରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ । ଓଡିଶା ସବୁବେଳେ ମହିଳା ମାନଙ୍କୁ ସମ୍ମାନ ଜଣାଇଆସିଛି ଏବଂ ଏଭଳି ଲଜ୍ଜାଜନକ ଆଚରଣକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ।

 

ଆମର ଅନେକ ଏପରି ବିଷୟ ଅଛି ଯେଉଁଥିରେ କି ଆମେ ଭିନ୍ନମତ ହେବା, ଯୁକ୍ତି କରିବା ବା ବିତର୍କ ମଧ୍ୟ କରିପାରିବା;  କିନ୍ତୁ ଆମେ କେବେ ବି ଏକ ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଉଚିତ ନୁହେଁ । ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା ।

 

ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି । ମୁଁ ପୁଣି ଥରେ ନବକିଶୋର ଦାସଙ୍କ ଶୋକାକୁଳ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...
    ଦେଶ-ଦେଶାନ୍ତର

    ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...

    13379
    Jul 26, 2026
  • ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ପୋଲିସ ସମନ୍‌କୁ ଏଡ଼ାଉନାହାନ୍ତି ଭିକେ ...
    ରାଜନୀତି

    ଭିତ୍ତିହୀନ ଚଞ୍ଚକତା ପଦାରେ ପଡ଼ିଲା: ପୋଲିସ ସମନ୍‌କୁ ଏଡ଼ାଉନାହାନ୍ତି ଭିକେ ...

    15112
    Jul 25, 2026
  • ସାରନାଥର ସ୍ଥାପତ୍ୟ ୟୁନେସ୍କୋ ତାଲିକାରେ
    ଦେଶ-ଦେଶାନ୍ତର

    ସାରନାଥର ସ୍ଥାପତ୍ୟ ୟୁନେସ୍କୋ ତାଲିକାରେ

    14599
    Jul 26, 2026
  •   'ମନ୍ କି ବାତ' କାର୍ଯ୍ୟକ୍ରମ:  ଯୁବପିଢ଼ି ହିଁ ଭାରତର ଶକ୍ତି
    ଦେଶ-ଦେଶାନ୍ତର

    'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13530
    Jul 26, 2026
  • ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି
    ଦେଶ-ଦେଶାନ୍ତର

    ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି

    15521
    Jul 26, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ

    14659
    Jul 26, 2026
  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !
    ଦେଶ-ଦେଶାନ୍ତର

    ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

    13549
    Jul 26, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ
    ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13463
    Jul 26, 2026
  • ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ
    ଦେଶ-ଦେଶାନ୍ତର

    ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ

    14003
    Jul 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13463
    Jul 26, 2026
  • ଦେଶ-ଦେଶାନ୍ତର

    ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ: ଅମିତ୍ ଶାହ

    13379
    Jul 26, 2026
  • ଦେଶ-ଦେଶାନ୍ତର

    ସାରନାଥର ସ୍ଥାପତ୍ୟ ୟୁନେସ୍କୋ ତାଲିକାରେ

    14599
    Jul 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16997
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17604
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17656
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18057
    Sep 06, 2023

ବିଶେଷ

  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15597
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15353
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16011
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14261
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14537
    Jul 15, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋଇଲା ଖଣି, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା (ଟିବି) ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଏବ ...

  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15923
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15296
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13896
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14113
    Jul 19, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛାତ୍ର ଆନ୍ଦୋଳନ ଶେଷ, ସ୍ବାଭାବିକ ହେଇଛି ଦିଲ୍ଲୀ

    14003
    Jul 26, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13463
    Jul 26, 2026
  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

    13549
    Jul 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In