ନବ ଦାସ ପ୍ରସଙ୍ଗକୁ ନେଇ ଏହି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଏବେ ବିଧାନସଭର ଉଠୁଛି ପଡ଼ୁଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ସୂଚନା ଦେଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜର ବିବୃତ୍ତି ରଖି ଏକ ବଡ଼ ସୂଚନା ଦେଇଛନ୍ତି ।
ନବ ଦାସ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହତ୍ୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ମାଗିଛି । ଏନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ଏଫବିଆଇ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଅନୁରୋଧ କରିଛୁ । ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯାଉନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଏହି ଘଟଣାର ରାଜନୀତିକରଣ ନକରିବାକୁ ସେ ବିରୋଧୀକୁ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ ଅଭିଯୁକ୍ତର ଆଚରଣ ସମ୍ପର୍କରେ ତର୍ଜମା ପାଇଁ ଏଫବିଆଇ ସହାୟତା ନିଆଯିବ । ତେବେ ଘଟଣାକୁ ନେଇ ଯେମିତି ରାଜନୀତିକରଣ କରାଯାଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି । ରାଜନୀତିକରଣ କରାଯିବା ମୋତେ ଓ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor