ବିବାହ ଭୋଜିରେ ଯୋଗଦେବା ହେଲା କାଳ , ୮୭ ଅତିଥି କୋଭିଡ ସଂକ୍ରମିତ

ନିଜାମାବାଦ: ତେଲେଙ୍ଗାନାର ନିଜାମାବାଦ ଜିଲ୍ଲା ଅଧୀନ ହାନମାଜିପେଟ ଗ୍ରାମର ଏକ ବିବାହ ଉତ୍ସବ କୋଭିଡ ସୁପରସ୍ପ୍ରେଡରରେ ପରିଣତ ହୋଇଛି । ବିବାହ ଭୋଜିରେ ସାମିଲ ଥିବା ୮୭ ଅତିଥିଙ୍କୁ କରୋନା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିବାହ ଭୋଜିରେ ମୋଟ ୩୭୦ ଜଣ ଯୋଗ ଦେଇଥିଲେ । ସେମାନେ ସମସ୍ତେ କରୋନା ଟେଷ୍ଟ କରିଛନ୍ତି । ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନେ ଘରେ ଏକାନ୍ତବାସରେ ଅଛନ୍ତି । ଏହା ବାଦ ଗାଁରେ ମଧ୍ୟ ଏକ ସଙ୍ଗରୋଧ କେନ୍ଦ୍ର ଖୋଲା ଯାଇଛି । ହାନମାଜିପେଟ ଗ୍ରାମ ନିକଟସ୍ଥ ଅନ୍ୟ ଏକ ଗ୍ରାମରେ ମଧ୍ୟ ଏହି ବିବାହ ଉତ୍ସବ ପାଇଁ ସଂକ୍ରମଣ ବ୍ୟାପିଛି । ରବିବାର ମହାରାଷ୍ଟ୍ର ସୀମାବର୍ତ୍ତୀ ନିଜାମାବାଦ ଜିଲ୍ଲାରେ ୯୬ ମାମଲା ଚିହ୍ନଟ ହୋଇଛି ।