Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଏ କେଉଁଠି ଆଗରେ ଜାଣନ୍ତୁ

  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ ...

  • ବିଜୟ ଥାଲାପତିଙ୍କ ଘର ବାହାରେ ...

  • ୯୮ଟି ଆସନରେ ଆଗୁଆ କଂଗ୍ରେସ

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

Home ›› ››ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

2021-05-21 10:25:24
16145
Share:
Facebook
Twitter
E-Mail
WhatsApp
Telegram
ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

ଭୁବନେଶ୍ୱର : ପୁଷ୍ଟିସାଧନ ଜରିଆରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଉପରେ ସ୍ପଷ୍ଟ ଭାବରେ ଗୁରୁତ୍ୱ ଦେଇ ସୁସ୍ଥ ଜୀବନ ଯାପନକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଥିବା ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ, ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’କୁ ଉତ୍ସାହିତ କରିବା ସକାଶେ  ଏକ ସଚେତନତା ଅଭିଯାନ ଶୁଭାରମ୍ଭ କରିଛି । ଭାରତରେ ଆମୱେର ୨୩ତମ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଏକ ସୁସ୍ଥ ଜୀବନଯାପନ ଗଢିତୋଳିବା କ୍ଷେତ୍ରରେ ସଠିକ ପୁଷ୍ଟିସାଧନ କିଭଳି ସହାୟକ ହୋଇପାରିବ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖିଛି । ଏହି ଅଭିଯାନ କାଳରେ ବହୁ ଚିକିତ୍ସକ ଏବଂ ପୁଷ୍ଟିସାଧନ ବିଶାରଦଙ୍କ ସହିତ ଏକାଧିକ ପର୍ଯ୍ୟାୟ ଭର୍ଚୁଆଲ ଅଧିବେଶନ ଆୟୋଜନ କରାଯାଉଛି । ସମଗ୍ର ଭାରତରେ ଏହା ୧୦୦୦ରୁ ଅଧିକ ଅଧିବେଶନ ଆୟୋଜନ କରିବା ସହିତ ଆମୱେର ୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବିକ୍ରେତା / ଖୁଚୁରା ବିକ୍ରେତା ଏବଂ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଛି । 

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, “ସଂପ୍ରତି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅନ୍ୟ ପ୍ରତ୍ୟେକ ବିଷୟଠାରୁ ସର୍ବାଧିକ ପ୍ରାଧାନ୍ୟ ଲାଭ କରୁଛି ଏବଂ ସେହି ସମୟରେ ଜଣକର ସାମଗ୍ରିକ ସ୍ୱାସ୍ଥ୍ୟକୁ ସହାୟତା କରିବାକୁ ପୁଷ୍ଟିସାଧନ ପରିପୂରକ ଆହରଣ କରିବା ନେଇ ସଚେତନତା ବୃଦ୍ଧି ମଧ୍ୟ ବର୍ତ୍ତମାନ ସମୟ ମୁତାବକ ହୋଇଛି । ସଂପ୍ରତି କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଜଣେ ୨୦୨୦ରେ ନିଜର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ସହାୟକ ହେବାକୁ ଯେତିକି ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଥିଲେ, ସଂପ୍ରତି ସେମାନଙ୍କ ମଧ୍ୟରୁ ୫୦% ନିଜର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହେବାକୁ ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଛନ୍ତି । ଆଗକୁ ଦୀର୍ଘକାଳ ପାଇଁ ଏହି ଧାରା ଅବ୍ୟାହତ ରହିବ । ଭିଟାମିନ ଏବଂ ଖାଦ୍ୟଗତ ପରିପୂରକ ବଜାରରେ ଆମୱେର ଅପ୍ରତିଦ୍ୱନ୍ଦ୍ୱୀ ସ୍ଥିତି ରହିଥିବାରୁ ଆମେ ଉପଭୋକ୍ତାଙ୍କର ପରିବର୍ତ୍ତିତ ଚାହିଦା ପୂରଣ କରିବା ଦିଗରେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଚଳିତ ବର୍ଷ ଆମମାନଙ୍କ ପାଇଁ ପୁଷ୍ଟିସାଧନ ସହିତ ନିଜର ଯତ୍ନ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଏବଂ ଶରୀର ରକ୍ଷା ଅଗ୍ରାଧିକାର ବିଷୟ ହୋଇ ରହିବ ଏବଂ ଏହା ଆଧାରରେ ଆମେ ଭାରତରେ ଆମର ୨୩ତମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ଉତ୍ତମ ଏବଂ ସୁସ୍ଥ ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ‘ସ୍ୱାସ୍ଥ୍ୟ ଓ ଶରୀରରକ୍ଷା’ ସଚେତନତା ଅଭିଯାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛୁ । ଏଥିସହିତ ଉପଭୋକ୍ତାଙ୍କର ପରିବର୍ତ୍ତିତ ଚାହିଦା ଏବଂ ଜୀବନଶୈଳୀ ମୁତାବକ ସେମାନଙ୍କୁ ସଂପୂର୍ଣ୍ଣ ନୂତନ, ବିଶ୍ୱ ଶ୍ରେଣୀର ମାନଗତ ଉତ୍ପାଦ ଯୋଗାଇଦେଇ ଉପଭୋକ୍ତାଙ୍କ ପାଇଁ ଆମର ବ୍ରାଣ୍ଡ୍‍ ପ୍ରତିଶ୍ରୁତି ବାସ୍ତବରେ ଅନୁପାଳନ ଜାରି ରଖିବା ଦିଗରେ କାର୍ଯ୍ୟ କରୁଛୁ । ପୁଷ୍ଟିସାଧନ ଏବଂ ଯଥାସମ୍ଭବ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଶରୀର ରକ୍ଷା ଅଭ୍ୟାସରେ ବିକାଶ ଉପରେ ସଚେତନତା ପରିବ୍ୟାପ୍ତ କରିବାକୁ ଆମେ ବହୁବିଧ ଡିଜିଟାଲ ପ୍ରୟାସ କାର୍ଯ୍ୟକାରୀ କରୁଛୁ ।”

ଏହି ପ୍ରଚାର ଅଭିଯାନର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଆମୱେ ଇଣ୍ଡିଆ, ପୂର୍ବ ଓ ପଶ୍ଚିମର ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ସାଂପ୍ରତିକ ସ୍ୱାସ୍ଥ୍ୟଗତ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଯଥାସମ୍ଭବ ଉପାୟରେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯତ୍ନ ଏବଂ ବ୍ୟକ୍ତିକେନ୍ଦ୍ରିକ ପୁଷ୍ଟିସାଧନଗତ ସମାଧାନ ଲୋଡିବା ବର୍ତ୍ତମାନର ଉପଭୋକ୍ତାଙ୍କ ମଧ୍ୟରେ ଆତ୍ମ ଯତ୍ନର ଏକ ପ୍ରମୁଖ ଅଂଶ ପାଲଟିଛି । ସଚେତନତା ସୃଷ୍ଟି, ସାଧାରଣରେ ସୃଷ୍ଟି ହେଉଥିବା ଭ୍ରାନ୍ତଧାରଣା ଦୂର କରିବା ଏବଂ ସଠିକ ଖାଦ୍ୟ ଆହରଣ ଉପରେ ଗୁରୁତ୍ୱ ଦେଇ ଏକ ସୁସ୍ଥ ଜୀବନ ଯାପନ ପନ୍ଥାକୁ ସରଳ କରିବା ଦିଗରେ ଆମ ସହିତ ହାତ ମିଳାଇଥିବା ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ ବିଶାରଦମାନଙ୍କ ନିକଟରେ ଆମେ କୃତଜ୍ଞ । ଏହି ସମସ୍ତ ପ୍ରୟାସ ଜରିଆରେ ଆମେ ଆମର ଆମୱେ ପ୍ରତ୍ୟକ୍ଷ ବିକ୍ରେତା / ଖୁଚୁରା ବିକ୍ରେତା ଏବଂ ସେମାନଙ୍କ ଗ୍ରାହକଙ୍କୁ ଏକ ସୁସ୍ଥ, ଫିଟ୍‍ ଏବଂ ଶରୀର ରକ୍ଷାକାରୀ ଜୀବନ ନିର୍ବାହ କରିବା ଦିଗରେ ଉତ୍ସାହିତ କରୁଛୁ ।”

ଅଭିଯାନ ଅଧୀନରେ ସାଂପ୍ରତିକ ସମୟର ଆବଶ୍ୟକତା ଅନୁଯାୟୀ ସମୁଚିତ ସୂଚନା ପ୍ରଦାନ କରିବାଏବଂ ଏକ ସମତୁଲ ଜୀବନ ଯାପନର ବର୍ଦ୍ଧିତ ଆବଶ୍ୟକତା ପୂରଣ ତଥା ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯତ୍ନ ଏବଂ ପୁଷ୍ଟିସାଧନ ପରିପୂରକ ଆହରଣର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ ଡାକ୍ତର ଏବଂ ପୁଷ୍ଟିସାଧନ ବିଶାରଦମାନେ ସାମିଲ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ ବିଶାରଦମାନେ ଏକ ସୁସ୍ଥ ଏବଂ ଶରୀର ରକ୍ଷାକାରୀ ଜୀବନଶୈଳୀର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ଓ ମତାମତ ସହଭାଗିତା କରିଛନ୍ତି । ପୂର୍ବାଞ୍ଚଳରେ ହାତକୁ ନିଆଯାଇଥିବା ଏହିଭଳି କେତେକ ପ୍ରୟାସଗୁଡିକ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଆସ୍‍ଥମା ଦିବସ, ଦାନ୍ତ ସ୍ୱାସ୍ଥ୍ୟ ଉପରେ ଗରୁତ୍ୱ ଦେଇ ବିଶ୍ୱ ହସ ଦିବସ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଅଭିଯାନ, ମାତୃ ଦିବସ ପାଳନ ଏବଂ ବାସଗୃହ,ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା ଅଭିଯାନ ଆଦି ଅନ୍ୟତମ । ଆମର ଅମୱେ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନେ ଏହାର ସ୍ୱଳ୍ପ ଓ ଦୀର୍ଘ କାଳୀନ ଫାଇଦା ସହିତ ଏହାର ସ୍ୱାସ୍ଥ୍ୟଗତ ଏବଂ ଶରୀରରକ୍ଷା ଭିତ୍ତିକ ଜୀବନ ଯାପନ ସମ୍ପର୍କରେ ଅଧିକ ଜାଣିବାକୁ କାର୍ଯ୍ୟକ୍ରମଗୁଡିକରେ ସାମିଲ ହୋଇଥିଲେ । 



Powered by Froala Editor

Tags amway

Related articles Odisha News Lens 4.1

  • ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍
    ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15204
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14427
    May 04, 2026
  •  ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
    ଦେଶ-ଦେଶାନ୍ତର

    ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15150
    May 04, 2026
  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15364
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15459
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା
    ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14589
    May 04, 2026
  •  ୯୮ଟି ଆସନରେ ଆଗୁଆ କଂଗ୍ରେସ
    ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13708
    May 04, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ
    ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14122
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14772
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14589
    May 04, 2026
  • ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15459
    May 04, 2026
  • ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14427
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14905
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13819
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14040
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14231
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16097
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15459
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14772
    May 04, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ

    14122
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In