ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧି ଆଉ ନାହାନ୍ତି
ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ ହୋଇଛି। ହୁସେନ ରବି ଗାନ୍ଧୀ ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ହେଲା ଆଇସିୟୁରେ ରହି ଚିକିତ୍ସା ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।
ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। 'ଉତ୍କଳ ପ୍ରସଙ୍ଗ'ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ। ଯାଜପୁର ଜିଲ୍ଲାର କୋରେଇରେ ଜନ୍ମଗ୍ରହଣ କରିଥିବା ହୁସେନ ରବି ଗାନ୍ଧୀ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗ ରଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହୁସେନଙ୍କ ଆତ୍ମାର ସଦଗତି ସହ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor