ପଠାନ’ ଚଳଚ୍ଚିତ୍ରକୁ କଳିଙ୍ଗ ସେନାର ବିରୋଧ, ଓଡ଼ିଶାରେ କରାଯିବ ବଏକଟ୍
ଭୁବନେଶ୍ୱର: ‘ପଠାନ’ ଚଳଚ୍ଚିତ୍ରକୁ ଘୋର ବିରୋଧ କରିଛି କଳିଙ୍ଗ ସେନା । ସଂଗଠନ ସିଧାସଳଖ ଧମକ ଦେଇଛି, ଏହି ସିନେମାକୁ ଓଡ଼ିଶାରେ ବଏକଟ୍ କରାଯିବ । ରାଜ୍ୟର କୌଣସି ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଇ ଦିଆଯିବନି । ସୋମବାର ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯିବ ।
ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି, ବଲିଉଡ ଅଭିନେତା ଶାହରୁଖ ଖାନ୍ ସବୁବେଳେ ଅପସଂସ୍କୃତିଧର୍ମୀ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଅଧିକାଂଶ ସିନେମାରେ ସେ ଭାରତର ସଂସ୍କୃତିକୁ ଦଳିମକଚି ନଷ୍ଟ କରୁଥିବା ନଜିର୍ ରହିଛି । ଯାହାର କୁପ୍ରଭାବ ସମାଜ ଉପରେ ପଡୁଛି । ଅଶୋକା ଚଳଚ୍ଚିତ୍ରରେ ଶାହରୁଖ ଓଡି଼ଶାର କଳିଙ୍ଗ ଇତିହାସକୁ ବିକୃତ କରିଥିଲେ । ଓଡି଼ଆ ନାରୀ ଜାତିଙ୍କ ପ୍ରତି ଅପମାନସୂଚକ ଦୃଶ୍ୟ ଥିଲା । ସେତେବେଳେ ଅଶୋକା ଚଳଚ୍ଚିତ୍ରକୁ ପୂରା ଓଡି଼ଆ ସମାଜ ନିନ୍ଦା କରିଥିଲା । ଏବେ ପଠାନ୍ ଚଳଚ୍ଚିତ୍ର ମାଧ୍ୟମରେ ସାରା ଭାରତକୁ ଅପମାନିତ କରିବାକୁ ଚକ୍କରରେ ଲାଗିଛନ୍ତି । ରାଜ୍ୟ ତଥା ଦେଶର ଭବିଷ୍ୟତ ପିଢ଼ି ବିପରୀତଗାମୀ ହେବେ । ତେଣୁ ପଠାନ ଚଳଚ୍ଚିତ୍ରକୁ କୌଣସି ହଲ୍ରେ ପ୍ରଦର୍ଶନ ନ କରିବା ପାଇଁ ଶ୍ରୀ ରଥ ଫିଲ୍ମ ହଲ୍ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି ।
Powered by Froala Editor