ସମ୍ପତ୍ତି ତାଲିକା ଦାଖଲ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ:୩୧ ସୁଦ୍ଧା ନଦେଲେ ଦରମା ବନ୍ଦ
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କର୍ମଚାରୀ ଅନ୍ଲାଇନ୍ରେ ତାଲିକା ଦେବେ । ନିର୍ଦ୍ଧାରିତ ଫର୍ମାଟ୍ରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ତାଲିକା ଦାଖଲ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
କର୍ମଚାରୀମାନେ ସମ୍ପତ୍ତି ତାଲିକା ଦାଖଲ ନକଲେ ଫେବ୍ରୁଆରୀ ମାସ ପରଠାରୁ ସମ୍ପତ୍ତି ତାଲିକା ଦାଖଲ ପର୍ୟ୍ୟନ୍ତ ସେମାନଙ୍କର ଦରମା ବନ୍ଦ ରହିବ ବୋଲି ଏକ ଚିଠିରେ ଜଣାଇ ଦିଆଯାଇଛି । ଅଫିସ୍ ଏଷ୍ଟାବ୍ଲିସ୍ମେଣ୍ଟ ଡିଲ୍ କରୁଥିବା ସମ୍ପୃକ୍ତ ଅଫିସର ଦରମା ପ୍ରଦାନକାରୀ ଅଧିକାରୀଙ୍କୁ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସମ୍ପତ୍ତି ତାଲିକା ଦାଖଲ କରିନଥିବା କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରିବେ । ଏହି ନିର୍ଦ୍ଦେଶନାମା ବିଭାଗର କେନ୍ଦ୍ରୀୟ ସେବା ଓ ସର୍ବଭାରତୀୟ ସେବାର ପଦାଧିକାରୀଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ବୋଲି ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି।
Powered by Froala Editor