ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ
ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଆଦିବାସୀ ପଡିଆରେ ଜଣଙ୍କୁ ବିଭତ୍ସ ହତ୍ୟା । ପୂର୍ବ ଶତ୍ରୁତାକୁ ନେଇ ଜଣକୁ ପିଟି ପିଟି ହତ୍ୟା ଅଭିଯୋଗ । ୨ ପରିବାର ମଧ୍ୟରେ ମାରପିଟ୍ ବେଳେ ଗୁରୁତର ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ମୈତ୍ରୀ ବିହାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ସାଲିଆସାହି ଆଦିବାସୀ ପଡିଆରେ ପୂର୍ବଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍ପିଟ୍ ହୋଇଥିଲା । ଯାହାଫଳରେ ଏଥିରେ ଜଣେ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶୀଲ ହେମ୍ବ୍ରମ୍ । ଘଟଣାସ୍ଥଳରେ ମୈତ୍ରୀ ବିହାର ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।