ଫୁଲର ମହକରେ ମହକୁଛି ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ଫୁଲ ଫୁଲ ଆଉ ଫୁଲ । ଯେଉଁଆଡେ ଚାହିଁବେ ଖାଲି ରଙ୍ଗବେରଙ୍ଗର ଫୁଲ । ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ । ରଙ୍ଗବେରଙ୍ଗର ଫୁଲରେ ଝଲସୁଛି ପୁରା ରାଜଭବନ ଉଦ୍ୟାନ । ଲାଲଗୋଲାପଠୁ ଆରମ୍ଭ କରି ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ସାଙ୍ଗକୁ ସେବତୀ, ଜିନିଆ ଏମିତି ଅନେକ ପ୍ରକାର ଫୁଲର ମହକରେ ମହକୁଛି ପୁରା ପରିବେଶ । ଏହି ମତମତାଣିଆ ପରିବେଶକୁ ଆହୁରି ମନମୁଗ୍ଧକର କରୁଛି ମ୍ୟୁଜିକାଲ ଫାଉଣ୍ଟେ । ଫୁଲ ବଗିଚାରେ ଜଳର ଫୁଆରରେ ବେଶ୍ ଆକର୍ଷିତ ହେଉଛନ୍ତି ଦର୍ଶକ । ଶୀତୁଆ ପରିବେଶ ସାଙ୍ଗକୁ ରଙ୍ଗୀନ ଫଳଲକୁ ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଛି ।
ଛୋଟ ଡାଲିଆ, କେଳି କୁସୁମ, ମିଶ୍ରିତ ସାଲଭିଆ, କେଲେଣ୍ଡୁଲା, ପିଟୁନିଆ, ଜିନିଆ ଫୁଲ ସହ ହରିଣ ପାର୍କ, ମୟୂର, ବତକ, କକ୍ଟେଲ ପକ୍ଷୀଘର, କୃତ୍ରିମ ଝରଣା ସହ ରଙ୍ଗ ବେରଙ୍ଗର ମାଛ ଏବଂ ବୋନସାଇ ପ୍ଲାଣ୍ଟ ଦର୍ଶକଙ୍କ ମନ ମୋହୁଛିି । ଏହା ସହିତ ଭାରତ ମାତାଙ୍କ ମୂର୍ତ୍ତି, ନୂତନଭାବେ ସା୍ଥପିତ ଶୀଲା ଉପବନ, ଗୋଲାପ ଉଦ୍ୟାନର ମନଭରି ମଜା ନେଉଛନ୍ତି ଦର୍ଶକ । ଫୁଲ ସହ ସେଲ୍ଫି ନେବା ସହ ଇନଷ୍ଟାଗ୍ରାମେ ରିଲ୍ସ ବନାଉଛନ୍ତି ଯୁବପିଢି । ସକାଳ ୧୦ରୁ ୨ଟା ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କ ପାଇଁ ଓ ୨ଟାରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଉଛି ।
Powered by Froala Editor