ଏମକେସିଜି ମେଡିକାଲ କଲେଜରେ ଲୋକାର୍ପଣ ହେଲା ଅକ୍ସିଜେନ ପ୍ଲାଣ୍ଟ

ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଖୁବ୍ କମ୍ ଦିନରେ ପ୍ରତିଷ୍ଠା ହୋଇପାରିଛି ଏହି ଅକ୍ସିଜେନ ପ୍ଲାଣ୍ଟ । ଗଞ୍ଜାମରେ କରୋନା ସ୍ଥିତି ଗତବର୍ଷ ଚିନ୍ତାଜନକ ରହିଥିଲା । ତେଣୁ ଚଳିତବର୍ଷ ଏମକେସିଜି ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରତି ଘଣ୍ଟାରେ ଅକ୍ସିଜେନ ଯୋଗାଣର ମନିଟରିଂ କରାଯିବ । ଅକ୍ସିଜେନ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଖୁବ ଶୀଘ୍ର ଆମେ କରୋନାକୁ ହରାଇବା, ଜନଜୀବନ ସ୍ୱାଭାବିକ ହେବ ବୋଲି କହିଛନ୍ତି ନବୀନ । ପ୍ଲାଣ୍ଟରୁ ସିଧା ମେନି ଫ୍ଲେମ୍ ରୁମକୁ ଯିବ ଏବଂ ସେଠାରୁ ସିଧା ରୋଗୀଙ୍କ ଶଯ୍ୟା ନିକଟରେ ଅକ୍ସିଜେନ୍ ପହଞ୍ଚିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମପଣ୍ଡ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ମେଡିକାଲର ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor