ଡିବିରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ, ୪ ଗୁରୁତର
ସୋରଡ଼ା: କିରାସିନି ନଥିବାରୁ ଡିବିରେ ପେଟ୍ରୋଲ ପକାଇଲେ । ନିଆଁ ଲଗାଉଥିବା ସମୟରେ ଘଟିଲା ବିସ୍ଫୋରଣ । ସନ୍ଧ୍ୟାରେ ଖାଇବାକୁ ବସିଥିବା ଗୋଟିଏ ପରିବାରର ୪ଜଣ ପୋଡ଼ି ଯାଇଛନ୍ତି ।
ସୋରଡ଼ା ବ୍ଲକ୍ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପରିବାରର ୪ ଜଣ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାରେ ସେହି ଗ୍ରାମର ଛବି ନାୟକ (୫୫) ତାଙ୍କ ସ୍ତ୍ରୀ ଧୋବଣୀ ନାୟକ (୪୫), ଝିଅ ସୁଷମା ନାୟକ (୨୫) ଓ ନାତୁଣୀ ଅଞ୍ଜଳି (୬) ଗୁରୁତର ହୋଇଛନ୍ତି । ଶରୀରର ୭୦ ଭାଗରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ସୁଷମା ଓ ତାଙ୍କ ଝିଅ ଅଞ୍ଜଳିଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସୋରଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।
Powered by Froala Editor