ଶିଶିର ସରସ ମେଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ବରରେ ଆରମ୍ଭ ହେଲା ଶିଶିର ସରସ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆରେ ଆରମ୍ଭ ହୋଇଥିବା ଶିଶିର ସରସ ୨୦୨୩ ମେଳାରେ ଭର୍ଚୁଆଲରେ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଉନୟନ କମିଶନର ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ସୁଶିଲ କୁମାର ଲୋହାନୀ ପ୍ରମୁଖ ଯୋଗ ଦେଇଥିଲେ ।
ଓରମାସ ସିଇଓ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ୨୯ ତାରିଖ ଯାଏଁ ଚାଲିବ । ମେଳାରେ ଚଳିତ ବର୍ଷ ମୋଟ ୩୫୦ ଟି ଷ୍ଟଲ ପଡିଥିବାବେଳେ ସେଥି ମଧ୍ୟରୁ ରାଜ୍ୟ ବାହାରୁ ୧୧୫ ଟି ଷ୍ଟଲ, ରାଜ୍ୟର ୧୯୦ ଟି ଷ୍ଟଲ ରହିଛି । ଏହାସହ ୨୮ ଟି ଫୁଡ୍ ଷ୍ଟଲ ରହିଛି । ୨୪ ଟି ରାଜ୍ୟର ବ୍ୟବସାୟୀ ମେଳାରେ ସାମିଲ ଦେଇଛନ୍ତି । ମେଲାରେ ହକିକୁ ପ୍ରମୋଟ କରିବା ପାଇଁ ହକି ପାଭଲିୟନ କରାଯାଇଛି । ଏହି ପାଭଲିୟନରେ ହକି ଖେଳର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ ।
Powered by Froala Editor