ଟି ସେତୁ ଦଳାଚକଟା ଘଟଣା: ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବଡ଼ମ୍ବା-ଗୋପୀନାଥପୁର ଟି ସେତୁରେ ଦଳାଚକଟା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ଜଣ ଗୁରୁତରଙ୍କୁ ବଡ଼ମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୩ଗୁରୁତର କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି ।ଅନ୍ୟପଟେ, ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଘଟଣା ଅନୁଯାୟୀମକର ସଂକ୍ରାନ୍ତି ଥିବାରୁ ସିଂହନାଥ ପୀଠକୁ ପ୍ରବଳ ଲୋକ ଯାଇଥିଲେ । ଭିଡ଼ ଏଭଳି ହୋଇଥିଲା ଯେ, ସ୍ଥିତି ଅଣାୟତକୁ ପଳାଇ ଆସିଥିଲା । ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା । ଯାହାଦ୍ବାରା ଏହି ଦଳାଚକଟା ଫଳରେ କିଛି ଲୋକ ଟି-ସେତୁ ଉପରେ ଅଣନିଶ୍ବାସୀ ହୋଇ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ବହୁମାତ୍ରାରେ ଜନସମାଗମ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଭିଡ଼କୁ ନିୟନ୍ତ୍ରଣ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ।
Powered by Froala Editor