ଏହି ଦୁଇ କଫ୍ ସିରପ ପିଲାଙ୍କୁ ନ ଦେବାକୁ ହୁ’ର ଚେତାବନୀ
ନୂଆଦିଲ୍ଲୀ : ଭାରତର ନଏଡା ଭିତ୍ତିକ କମ୍ପାନୀ ବାରିଅନ ବାୟୋଟେକ୍ ଦ୍ୱାରା ନିର୍ମିତ ଦୁଇଟି କଫ୍ ସିରପ ପିଲାଙ୍କୁ ନ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପରାମର୍ଶ ଦେଇଛି । ଏହି କଫ୍ ସିରପ ସେବନ କରି ଉଜବେକିସ୍ତାନର ୧୯ଜଣ ଶିଶୁଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ହୁ ଏହି ଚେତାବନୀ ଦେଇଛି ।
ଉକ୍ତ ଦୁଇଟି କଫ୍ ସିରପ ହେଉଛି ଆମ୍ବ୍ରୋନୋଲ ସିରପ ଓ ଡକ୍-୧ ମାକ୍ସ ସିରପ । ଉତ୍ତରପ୍ରଦେଶର ମାରିଅନ ବାୟୋଟିକ୍ ଦ୍ୱାରା ନିର୍ମିତ ଏହି ସିରପକୁ ଲାବୋରାଟୋରିରେ ପରୀକ୍ଷା କରାଯିବା ପରେ ସେଥିରେ ଡାଇଇଥାଇଲିନ୍ ଗ୍ଲାଇକୋଲ ଏ ଅଗ୍ରହଣୀୟ ମାତ୍ରାରେ ଥିବା ଜଣାପଡିଲା ବୋଲି ହୁ କହିଛି । ଗତ ଅଗଷ୍ଟ ମାସରେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି କଫ୍ ସିରପ ସେବନ କରି ୧୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା । ଇତିମଧ୍ୟରେ ଉତ୍ତରପ୍ରଦେଶ ଖାଦ୍ୟ ନିରାପତ୍ତା ଓ ଡ୍ରଗ୍ ପ୍ରଶାସନ ପକ୍ଷରୁ ମାରିଆନ ବାୟୋଟେକର ପ୍ରଡକ୍ସନ ଲାଇସେନ୍ସ ରଦ୍ଦ କରିଦେବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି ।
Powered by Froala Editor