ଜୋମାଟୋ ଛାଡିଲେ କୋ-ଫାଉଣ୍ଡର ଗୁଞ୍ଜନ ପଟିଦାର
ଜୋମାଟୋର କୋ-ଫାଉଣ୍ଡର ଏବଂ ଚିଫ୍ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପଟିଦାର ଇସ୍ତଫା ଦେଇ ଦେଇଛନ୍ତି । ଏ ସଂପର୍କରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି, ସେ ସଂପର୍କରେ କମ୍ପାନି ପକ୍ଷରୁ କିଛି କୁହାଯାଇନାହିଁ ।
ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ଗୁଞ୍ଜନ ପଟାଦାର ଗତ ୧୪ ବର୍ଷ ଧରି ଜୋମାଟୋ ସହିତ ଜଡିତ ଥିଲେ। ସେ ଆଇଆଇଟି ଦିଲ୍ଲୀରୁ ସ୍ନାତକ କରିଥିଲେ । ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ମଧ୍ୟ ଏଠାରୁ ଡିଗ୍ରୀ ହାସଲ କରିଥିଲେ । ପଟିଦାର କୋର ଟେକ ସିଷ୍ଟମକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । କମ୍ପାନୀ ସେୟାର ମାର୍କେଟକୁ ପଠାଇଥିବା ସୂଚନାରେ କହିଛି ଯେ ଗତ ୧୦ରୁ ଅଧିକ ବର୍ଷରେ ସେ ଜମାଟୋର ଟେକ ଲିଡରସିପ୍ ଟିମକୁ ମଧ୍ୟ ଛିଡ଼ା କରାଇଥିଲେ । ୨୦୨୨ ବର୍ଷରେ ଟେକ ସେୟାରରେ ହ୍ରାସ ମଧ୍ୟରେ ଜୋମାଟୋର ସେୟାର ନିଜର ୧୬୨ ଟଙ୍କାର ପିକରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ସାରିଛି ।
ପଟିଦାରଙ୍କ ଇସ୍ତଫାର କିଛି ସପ୍ତାହ ପୂର୍ବରୁ କମ୍ପାନୀର ଆଉ ଜଣେ କୋ-ଫାଉଣ୍ଡର ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଥିଲେ । ସାଢେ ଚାରି ବର୍ଷ ପୂର୍ବେ ଜୋମାଟୋରେ ଯୋଗ ଦେଇଥିବା ଗୁପ୍ତାଙ୍କୁ ଖାଦ୍ୟ ବିତରଣ ବ୍ୟବସାୟର ସିଇଓ ପଦବୀରୁ ପଦୋନ୍ନତି ଦିଆଯାଇ ୨୦୨୦ ରେ ସହ-ପ୍ରତିଷ୍ଠାତା କରାଯାଇଥିଲା । କମ୍ପାନୀର ନ୍ୟୁ ଇନିସିଏଟିଭ ହେଡ ଏବଂ ପୂର୍ବତନ ଫୁଡ ଡେଲିଭରି ଚିଫ ରାହୁଲ ଗାଞ୍ଜୁ ଏବଂ ଏହାର ଇଣ୍ଟରସିଟି ଲିଜେଡ ସର୍ଭିସେଜର ହେଡ ସିଦ୍ଧାର୍ଥ ଝବାର ମଧ୍ୟ ନିକଟରେ କମ୍ପାନୀରୁ ଇସ୍ତଫା ଦେଇଥିଲେ ।
Powered by Froala Editor