ଗୁଜୁରାଟର ନୂଆ କ୍ୟାବିନେଟ୍ ସମ୍ପ୍ରସାରଣ : ହର୍ଷ ସାଙ୍ଗଭିଙ୍କୁ ଗୃହ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱ

ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗାନ୍ଧି ନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ସେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଭୂପେନ୍ଦ୍ରଙ୍କ ସହ ୧୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ତେବେ ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି।
କ୍ୟାବିନେଟ ସମ୍ପ୍ରସାରଣରେ ସବୁଠାରୁ ପ୍ରମୁଖ ବିଭାଗ ଗୃହ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱ ହର୍ଷ ସାଙ୍ଗଭିଙ୍କୁ ମିଳିଛି। ଏଥିସହ ସାଙ୍ଗଭିଙ୍କୁ କ୍ରୀଡ଼ା ଏବଂ ଯୁବ ମନ୍ତ୍ରଣାଳୟ ମଧ୍ୟ ଦିଆଯାଇଛି। ସେହିପରି ସିଭିଲ ଯୋଗାଣ, ପିଡବ୍ଲ୍ୟୁଡି ଏବଂ ରାଜସ୍ୱ ଆଦି ୧୬ଟି ବିଭାଗ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜେ ରଖିଛନ୍ତି।
କ୍ୟାବିନେଟ ମନ୍ତ୍ରୀ କାନୁଭାଇ ମୋହନଭାଇ ଦେଶାଇଙ୍କୁ ଅର୍ଥ, ଶକ୍ତି ଏବଂ ପେଟ୍ରୋକେମିକାଲ୍ସ ବିଭାଗଏବଂ ଋଷିକେଶ ପଟେଲଙ୍କୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ଓ ଚିକିତ୍ସା ଶିକ୍ଷା, ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ଆଇନ, ନ୍ୟାୟପାଳିକା, ବିଧାନସଭା ଏବଂ ସଂସଦୀୟ କାର୍ଯ୍ୟ ଭାର ଦିଆଯାଇଛି। ସାଧାରଣ ପ୍ରଶାସନ, ପ୍ରଶାସନିକ ସଂସ୍କାର, ତାଲିମ ଏବଂ ଯୋଜନା, ଗୃହ ଏବଂ ପୋଲିସ ଗୃହ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ, ଖଣି ଏବଂ ଖଣିଜ ପଦାର୍ଥ ଭଳି ଅନେକ ବିଭାଗର ଏପର୍ଯ୍ୟନ୍ତ ବଣ୍ଟନ କରାଯାଇନାହିଁ।
Powered by Froala Editor