ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍ ୧’ ଉଦ୍ଘାଟିତ : ଟିକେଟ କିଣି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳପ କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରର ନାଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଟ୍ରୋ ରେଳ ପ୍ରକଳ୍ପର 'ଫେଜ୍ ୧' ଉଦ୍ଘାଟନ କରିଛନ୍ତି। ଏହା ସହିତ ମେଟ୍ରୋରେ ବସି ଫ୍ରିଡମ୍ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ କିଣିଥିଲେ ପ୍ରଧାନମନ୍ତ୍ରୀ । ଫ୍ରିଡମ୍ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।
ପ୍ରଧାନମନ୍ତ୍ରୀ ଆଜି ନାଗପୁର-ମୁମ୍ବାଇ 'ସମୃଦ୍ଧି ଏକ୍ସପ୍ରେସ୍ୱେ'ର ପ୍ରଥମ ଫେଜ୍ ଓ 'ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଠାକ୍ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ମଧ୍ୟ ଉଦ୍ଘାଟନ କରିଛନ୍ତି। ୫୨୦ କିଲୋମିଟର ଦୀର୍ଘ ଏହି ମହାମାର୍ଗ ନାଗପୁର ଓ ଶିରିଡ଼ିକୁ ସଂଯୋଗ କରୁଛି। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡ଼ର ବିଳାସପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଥିଲେ।
ସେହିପରି ପ୍ରଧାନମନ୍ତ୍ରୀ ଆଜି ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର 'ଫେଜ୍ ୨' ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।
Powered by Froala Editor