୧୦୦ କମ୍ପାନୀ ନେଲେ ବଡ଼ ନିଷ୍ପତ୍ତି : ସପ୍ତାହରେ ୪ ଦିନ କାମ କରିବେ କର୍ମଚାରୀ
ମେଟା, ଆମାଜନ ଭଳି ବଡ ବଡ କମ୍ପାନୀ ଯେଉଁଠି କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ସେଇଠି ବ୍ରିଟେନର ୧୦୦ଟି କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ଏଣିକି ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡିବ । ଏପରିକି ଦରମା କଟାଯିବ ନାହିଁ ।
ଏହି ୧୦୦ କମ୍ପାନୀରେ ପ୍ରାୟ ୨୬ ଶହ କର୍ମଚାରୀ କାମ କରନ୍ତି। ଏବେ ସମସ୍ତେ ସପ୍ତାହକୁ ୪ ଦିନ କାମ କରି ଦେଶରେ ବୈପ୍ଳିବକ ପରିବର୍ତ୍ତନ ଆଣିପାରିବେ ବୋଲି କମ୍ପାନୀଗୁଡ଼ିକ ଆଶା ରଖିଛନ୍ତି।
ପୂର୍ବରୁ ସପ୍ତାହକ ୫ ଦିନ କାମ କରିବା ନିୟମ ଲାଗୁ କରିବା ସପକ୍ଷରେ କିଛି କମ୍ପାନୀ ରହିଥିଲେ। ତେବେ ସପ୍ତାହକ ୪ ଦିନ କାମ କରିବା ନିୟମ କର୍ମଚାରୀଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସେମାନେ ଆଶା କରିଥିଲେ। ଏହି ୪ ଦିନ ମଧ୍ୟରେ ବି କର୍ମଚାରୀମାନେ ସବୁ କାମ କରିବାକୁ ସକ୍ଷମ ହେବେ ବୋଲି ଅନୁଭବ କରି କମ୍ପାନୀ ଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି।
ଅନେକ ଲୋକ ‘ଫୋର ଡେ ଓ୍ବାର୍କିଂ ଓ୍ବିକ୍’ ନେଇ କହିଛନ୍ତି, ୪ ଦିନ କାମ କରିବାର ଏହି ଫର୍ମୁଲା କମ୍ପାନୀର ଉତ୍ପାଦକତାରେ ସୁଧାର କରିବା ଓ କମ୍ ଘଣ୍ଟାରେ ସମାନ କାମ କରିବା ପାଇଁ ପ୍ରୋତ୍ସାହିତ କରିବ। ଏହାଛଡା ସେ ଏହି ନୀତି ଦ୍ବାରା କର୍ମଚାରୀଙ୍କୁ ଆକର୍ଷିତ କରିବା ଓ ନିଜ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବାର ଏକ ସୁନ୍ଦର ପ୍ରଣାଳୀ। ୧୦୦ କମ୍ପାନୀ ଭିତରୁ ୟୁକେର ଦୁଇଟି ସବୁଠାରୁ ବଡ ଫାର୍ମ ଆଟମ୍ ବ୍ୟାଙ୍କ ଓ ଏଭିନ୍ ରହିଛି। ଏହି ଦୁଇଟି କମ୍ପାନୀରେ ୟୁକେରେ ପ୍ରାୟ ୪୫୦ କର୍ମଚାରୀ ରହିଛନ୍ତି।
Powered by Froala Editor