ଉଲଗ୍ନ ହୋଇ ଫଟୋ ଉଠାଇଲେ ୨୫୦୦ ଲୋକ
ଜାଣି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ସତ ଯେ, ଅଷ୍ଟ୍ରେଲିଆର ବଣ୍ଡି ବେଳାଭୂମିରେ ଏଥର ୨୫୦୦ ଲୋକ ଉଲଗ୍ନ ହୋଇ ଫଟୋ ଉଠାଇଛନ୍ତି । ଯାହାର ଫଟୋ ଭାଇରାଲ ହେଉଛି ।
ରିପୋର୍ଟ ଅନୁଯାୟୀ, ନଗ୍ନ ଫଟୋ ସୁଟ ପାଇଁ ଟ୍ୟୁନିକ ବିଭିନ୍ନ ସ୍ଥାନରେ ବେଶ୍ ଜଣାଶୁଣା । ଆମେରିକା ଫଟୋଗ୍ରାଫର ସ୍ପନସର ଟ୍ୟୁନିକ ଫଟୋସୁଟରେ ଅଂଶଗ୍ରହଣ କରିଥିଲେ ୨୫୦୦ ଲୋକ । ଯାହା ବଣ୍ଡି ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା । ଏହି ଫଟୋସୁଟରେ ସମସ୍ତେ ଏକତ୍ରିତ ହୋଇ ବିନା ବସ୍ତ୍ରରେ ଫଟୋ ଉଠାଇଥିଲେ । ଏହି ଫଟୋ ଚର୍ମ କର୍କଟ ରୋଗ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଉଠାଯାଇଥିଲା । ଟ୍ୟୁନିକ କହିଛନ୍ତି ଯେ ସେ ଏହି ଫଟୋ ଉଠାଇ ଲଜ୍ଜିତ ଅନୁଭବ କରୁନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଚର୍ମ କର୍କଟ ରୋଗ ବିଷୟରେ ସଚେତନତା କରାଇବାର ତାଙ୍କୁ ସୁଯୋଗ ମିଳୁଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି।
ଏହି ଫଟୋସୂଟରେ ଅଂଶଗ୍ରହଣ କରିଥିବା ଜଣେ ବ୍ୟକତି କହିଛନ୍ତି ଯେ ପ୍ରଥମେ ସେ ବହୁତ ଭୟ କରୁଥିବା ବେଳେ କିନ୍ତୁ ବାସ୍ତବରେ ଏହି ଫଟୋସୂଟ ବହୁତ ଭଲ ଥିଲା ଆଉ ସମସ୍ତେ ସମ୍ମାନୀୟ ବ୍ୟକ୍ତି ଥିଲେ ।
Powered by Froala Editor