କଳା ଚଷମା ପିନ୍ଧି କଳା କାରନାମା : ୭ ଲକ୍ଷର ହାର ଚୋରେଇଲେ ମହିଳା
ମୁହଁରେ ମାସ୍କ । ଆଖିରେ କଳା ଚଷମା । ଭାବିଥିଲେ ଚୁପ୍ଚାପ ହାର ଚୋରି କରିଦେବେ । ହେଲେ ସିସିଟିଭି ହାତରେ ଧରାପଡିଛି କାରନାମା । ଜଣେ ମହିଳା ୭ ଲକ୍ଷ ଟଙ୍କାର ଦାମୀ ହାର ଚୋରି କରୁଥିବାବେଳେ ଧରାପଡିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶର ଗୋରଖପୁରରେ ଗତ ନଭେମ୍ବର ୧୭ ତାରିଖରେ ଏହି ଘଟଣା ଘଟିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଗୋରଖପୁରର ବଳଦେବ ପ୍ଲାଜା ନିକଟରେ ବେଚୁଲାଲ ସରାଫା ପ୍ରାଇଭେଟ ଲିମିଟେଡ୍ ଗହଣା ଦୋକାନକୁ ମହିଳା ଜଣକ ଆସିଥିଲେ। ଏହି ସମୟରେ ଗହଣା ପରଖିବା ବାହାନାରେ ମହିଳା ଜଣକ ୨ଟି ହାର ନେଇଥିଲେ। ପରେ ତାଙ୍କ ବ୍ୟାଗ ଭିତରେ ଏହି ଗହଣାକୁ ରଖୁଥିବା ଲକ୍ଷ୍ୟ କରାଯାଇଛି। ତେବେ କାଉଣ୍ଟରେ ଗୋଟିଏ ସୁନା ହାର ଫେରାଇ ଦେଉଥିବା ବେଳେ ଆଉ ଗୋଟିଏ ହାର ଶାଢ଼ିରେ ଲୁଚାଇ ଦେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସୁନାହାରର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
Powered by Froala Editor