ରାଜ୍ୟରେ ଥରାଇଲାଣି ଶୀତ
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଏବେ ଥରାଇଲାଣି । ୧୯ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡ଼ ଜିଲ୍ଲାର କିରେଇ ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଛି । ଆଗକୁ ଥଣ୍ଡା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଜି.ଉଦୟଗିରିରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି । ଫୁଲବାଣୀରେ ୧୦.୫, ଦାରିଙ୍ଗିବାଡିରେ ୧୦.୫, ଝାରସୁଗୁଡାରେ ୧୧.୨, କେନ୍ଦୁଝରରେ ୧୧.୪, ଦେବଗଡ଼ରେ ୧୧.୭, ସୁନ୍ଦରଗଡ଼ରେ ୧୨, କୋରାପୁଟରେ ୧୨.୫, ଅନୁଗୁଳରେ ୧୨.୬, ହୀରାକୁଦରେ ୧୨.୮, ସୋନପୁରରେ ୧୩, ବରଗଡ଼ରେ ୧୩.୪, ବଲାଙ୍ଗୀରରେ ୧୩.୬,ବାରିପଦାରେ ୧୪, କେନ୍ଦ୍ରାପଡ଼ାରେ ୧୪, ଭବାନୀପାଟଣାରେ ୧୪.୨, ସମ୍ବଲପୁରରେ ୧୪.୩, ଭୁବନେଶ୍ୱରରେ ୧୪.୫, ବାଲେଶ୍ୱରରେ ୧୪.୭ ଓ ଚାନ୍ଦବାଲିରେ ୧୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ବି ପାରଦ ଖସିଛି । ଭୁବନେଶ୍ୱରରେ ୧୪.୫ ଓ କଟକରେ ରାତି ତାପମାତ୍ରା ୧୫ ଡିଗ୍ରୀ ରହିଥିଲା । ରବିବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor