ସୂର୍ଯ୍ୟବଂଶୀ ୩୫୭୨ ଭୋଟରେ ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି। ଧାମନଗର ଉପନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ପ୍ରତିଟି ପର୍ୟ୍ୟାୟରେ ବିଜେପି ବିଜେଡି ଠାରୁ ଆଗୁଆ ରହୁଥିବାବେଳେ ଭୋଟ ବ୍ୟବଧାନ ବି ବଢ଼ିବାରେ ଲାଗିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡ ଗଣତି ପରେ ଏବେ ପଞ୍ଚମ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି ।
ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୩୫୭୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୩୫୦୧, ବିଜେପିକୁ ୪୧୫୫, କଂଗ୍ରେସକୁ ୧୧୪, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୬୧, ବିଜେପିକୁ ୫୨୮୯, କଂଗ୍ରେସକୁ ୧୩୦, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୨୭୦, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୪ଟି ଭୋଟ ମିଳିଥିଲା ।
Powered by Froala Editor