ତୃତୀୟ ରାଉଣ୍ଡରେ ବି ବିଜେପି ଆଗୁଆ

ଭଦ୍ରକ: ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଗଣତି ପରେ ଏବେ ତୃତୀୟ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ରାଉଣ୍ଡରେ ବି ବିଜେପି ଆଗୁଆ ରହିଛି ।
ତେବେ ତୃତୀୟ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି(ଅବନ୍ତୀ ଦାସ): ୩୫୦୧ .... ମୋଟ ୧୦,୮୫୯
ବିଜେପି(ସୂରଜ ସୂର୍ୟ୍ୟବଂଶୀ ): ୪୧୫୫...ମୋଟ ୧୨୮୯୨
କଂଗ୍ରେସ(ବାବା ହରେକୃଷ୍ଣ ସେଠୀ):୧୧୪ ...ମୋଟ ୪୨୭
ସ୍ୱାଧୀନ(ରାଜେନ୍ଦ୍ର ଦାସ):୪୯୫ ....ମୋଟ ୧୦୯୨
ସ୍ୱାଧୀନ(ପବିତ୍ର ମୋହନ ଦାସ): ୧୭....ମୋଟ ୫୮
ନୋଟା: ୨୭...ମୋଟ ୭୯
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ହେଲେ ଆଗକୁ ଆହୁରି ୧୬ଟି ରାଉଣ୍ଡ ଗଣତି ବାକି ରହିଥିବାରୁ ଯେ କୌଣସି ପରିସ୍ଥିତିରେ ବାଜି ପଲଟିବାର ମଧ୍ୟ ଆଶା ରହିଛି ।
Powered by Froala Editor