ଆଜି ଆସିବ ଧାମନଗର ରାୟ, ପ୍ରଥମ ରାଉଣ୍ଡ ସୁଦ୍ଧା ଏହି ଦଳକୁ ଏତିକି ଭୋଟ

ଭଦ୍ରକ: ଆଜି ଆସିବ ଧାମନଗର ରାୟ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।
ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି:୩୯୮୦
ବିଜେପି: ୪୭୪୯
କଂଗ୍ରେସ:୧୬୫
ସ୍ୱାଧୀନ:୪୦୨
ଧାମନଗର ଉପ ନିର୍ବାଚନରେ ଚର୍ତୁକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା କୁହାଯାଉଥିଲେ ମଧ୍ୟ ମୁଖ୍ୟତଃ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ସିଧା ସଳଖ ଲଢ଼େଇ ହୋଇଥିବା ଜଣାପଡ଼ିଛି । ତଥାପି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଶ୍ରୀ ଦାସଙ୍କ ଭୋଟ ନିର୍ବାଚନୀ ଫଳାଫଳରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ, ଏହି ଉପ ନିର୍ବାଚନର ଫଳାଫଳର ସୂଦୂରପ୍ରସାରୀ ପ୍ରଭାବ ରାଜ୍ୟ ରାଜନୀତିରେ ରହିଛି ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ । କାରଣ ବିଜେଡି ଏଠାରୁ ବିଜୟୀ ହେଲେ, ରାଜ୍ୟ ରାଜନୀତିରେ ଦଳର ଦବ୍ଦବା ଓ ଏକାଧିପତ୍ୟ ଅକ୍ଷୁର୍ଣ୍ଣ ରହିବ ଓ ନିକଟ ଭବିଷ୍ୟତରେ ଶାସକ ଦଳକୁ କୌଣସି ଶକ୍ତି ଚାଲେଞ୍ଜ କରି ପାରିବେ ନାହିଁ । ଦଳ ମଧ୍ୟରୁ ଜଣେ ସ୍ୱାଧୀନ ବିଦ୍ରୋହୀ ପ୍ରାର୍ଥୀଙ୍କ ଆର୍ବିଭାବ ସତ୍ତେ୍ୱ ଦଳର ବିଜୟ ସମସ୍ତ ବିରୋଧୀ ଓ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟଙ୍କୁ କଡ଼ା ସନ୍ଦେଶ ଦେବ । ସେହିପରି ବିଜେପି ପ୍ରାର୍ଥୀ ଯଦି ବିଜୟୀ ହୁଅନ୍ତି, ତାହା ହେବ ଏକ ବ୍ୟତିକ୍ରମ । ଯାହାକି ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିବ।
କାରଣ ବିଜେଡି ଶାସନ ସମୟରେ ଯେତେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି, ସେଥିରେ ବିଜେଡି କେବଳ ବିଜୟୀ ହୋଇ ଆସିଛି । ହୁଏତ ଶାସକ ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜେପିର ବିଜୟ ସମ୍ଭବ ହୋଇ ପାରେ । ଯାହାକି ଶାସକ ଦଳ ମଧ୍ୟରେ ଭବିଷ୍ୟତରେ ଅନ୍ତଃକନ୍ଦଳକୁ ଜନ୍ମ ଦେଇ ପାରେ ।
Powered by Froala Editor