୧ କୋଟି ୪୭ଲକ୍ଷ ଟଙ୍କାର ଠକେଇ ଘଟଣାରେ ଗିରଫ ହେଲା ଫେରାର ଅଭିଯୁକ୍ତ
ଭୁବନେଶ୍ବର : ଚାକିରି ଦେବା ନାଁରେ ୧ କୋଟି ୪୭ଲକ୍ଷ ଟଙ୍କାର ଠକେଇ ଘଟଣାରେ ଗିରଫ ହେଲା ଫେରାର ଅଭିଯୁକ୍ତ । ଅଭିଯୁକ୍ତ ଜୟନ୍ତ ମହାନ୍ତିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ । ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । କମ୍ବାଇନ ପୁଲିସ ସର୍ଭିସ ୨୦୧୩ ସପ୍ଲିମେଣ୍ଟରି ସିଲେକ୍କ୍ସନ ଲିଷ୍ଟରେ ନା ରହିବା କହି ୩୮ଜଣଙ୍କୁ ଠକିଥିଲେ ।
ବାଦଲ କୁମାର ରାଉଲଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡ଼ବ୍ଲ୍ୟୁ ତଦନ୍ତ ଆରମ୍ଭ କରିଥିଲା । ବୈକୁଣ୍ଠ ନାଥ ନାୟକ, ଭୀମସେନ ମହାରଣା ଓ ଜୟନ୍ତ ମହାନ୍ତି ନାମରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ବୈକୁଣ୍ଠ ଓ ଭୀମସେନକୁ ଗିରଫ କରାଯାଇଥିଲା । ଓଡିଶା ଷ୍ଟାଫ ସିଲେକ୍ସନ ଦ୍ଵାରା କମ୍ବାଇନ ପୁଲିସ ସର୍ଭିସ ନାଁରେ ୩୮ଜଣ ପରୀକ୍ଷା ଦେଇଥିଲେ ।
Powered by Froala Editor