ଛାତିଥରା ଦୁର୍ଘଟଣା : ହାଇୱା ଧକ୍କାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୪ ମୃତ
କାଳୀପୂଜା ମେଳା ଦେଖିବାକୁ ଯାଉଥିଲେ ୫ ଜଣ । ହେଲେ ବାଟରେ ଜଗିଥିଲା କାଳ । କାର୍ ଆଗକୁ ହଠାତ୍ ମାଡିଆସିଲା ଦ୍ରୁତଗାମୀ ହାଇୱା । କାର୍କୁ ଚୂରମାର କରିଦେଲା । ଘଟଣାସ୍ଥଳରେ ହିଁ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରାସପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମ ବାସିନ୍ଦା ପ୍ରକାଶ କୁମାର ନାୟକ (୪୭)ଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଛାତିଥରା ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ । କାର ଓ ହାଇଓ୍ବା ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ଆହତ ହୋଇଥିବା ଜଣାପଡିଛି।ସେମାନଙ୍କ ଘର ଘଟଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି।
ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆରୁ ଗୋଟିଏ କାରରେ ପ୍ରକାଶଙ୍କ ସହ ପିପିଳିଆର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ନରୋତ୍ତମ ସିଂହ (୬୩), ଅବସରପ୍ରାପ୍ତ ପଂଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ସିଂହ (୬୧) ଏବଂ ଚିତ୍ତରଞ୍ଜନ ନାୟକ (୪୮) କେନ୍ଦୁଝର କାଳୀପୂଜା ଦେଖିବାକୁ ଯାଉଥିଲେ। ଏହି ସମୟରେ ବଡପଶି ନିକଟରେ କେନ୍ଦୁଝର ଆଡୁ ଆସୁଥିବା ଏକ ହାଇୱା ଏହି କାରକୁ ସମ୍ମୁଖ ଭାଗରୁ ଧକ୍କା ଦେଇ ମୁଖ୍ୟ ରାସ୍ତାରୁ କାର ସହ ତଳକୁ ଖସି ଓଲଟି ପଡିଥିଲା । କାର ଭିତରେ ଥିବା ନରୋତ୍ତମ ସିଂହ, ହୃଷୀକେଶ ସିଂହ ଓ ଚିତ୍ତରଞ୍ଜନ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପ୍ରକାଶ ଓ କାର ଚଳାଉଥିବା ତପନ କୁମାର ନାୟକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡ଼ାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ପ୍ରକାଶଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଚାଳକ ତପନ ଚିକିତ୍ସାଧିନ ଅଛନ୍ତି ।
Powered by Froala Editor