କୋଚିଙ୍ଗ ସେଣ୍ଟରରେ ଅଘଟଣ: ଜିଅନ୍ତା ଜଳିଗଲେ ଛାତ୍ର
କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ ଅଘଟଣ ଘଟିଯାଇଛି। ଛାତ୍ରାବାସ ଉପର ମହଲା ବାଲକୋନୀର ଅତି ପାଖରେ ଯାଇଥିବା ହାଇ ପାୱାର ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର ଲାଗି ଜଣେ ଛାତ୍ର ଜିଅନ୍ତା ଜଳିଯାଇଛନ୍ତି। ମୃତ ଛାତ୍ର ମହାକାଳପଡ଼ା ବ୍ଲକ ବଡକୂଳ ପଞ୍ଚାୟତ ଗୋପୀନାଥପୁର ଗାଁର କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ଓରଫ୍ ଚିକୁ(୧୬)। ସେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଥିଲେ।
ବିଦ୍ୟୁତ ଦୁର୍ଘଟଣାରେ ଏକାଧିକ ଆହାତ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ର କୈାଣସି କାରଣରୁ ଛାତ ବାଲକୋନୀକୁ ଯାଇଥିଲେ। ସେଠାରେ ୩ରୁ ୪ ଫୁଟ୍ ଦୂରରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor