ହୃଦ୍ରୋଗରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ
ଓଡ଼ିଆ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ଯେ, ଦୀର୍ଘ ଦିନ ଧରି ସେ ହୃଦ୍ରୋଗରେ ପୀଡିତ ଥିଲେ। କିଛି ଦିନ ହେବ ଭୁବନେଶ୍ବର ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ଦେହାନ୍ତ ହୋଇଛି।
ଫିଲ୍ମ, ସିରିଏଲ୍ ଏବଂ ନାଟକରେ ସେ ଦୀର୍ଘଦିନ ଧରି ଅଭିନୟ କରି ଓଡିଶାର କଳାକାର ମହଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେ ପରିଚିତ ଥିଲେ । ସିନେମା ହେଉ କି ଧାରାବାହିକ ସବୁଠି ଦେଖିବାକୁ ମିଳିଥିଲା ତାଙ୍କର ଅଭିନୟର ଯାଦୁଗରୀ । ସେ କଟକରେ ରହୁଥିଲେ । ତାଙ୍କ ସ୍ବାମୀ ନିର୍ଦ୍ଦେଶକ ହେମି ସାମଲ । ନାୟିକା ଦେବିକା ଅରୁନ୍ଧତୀଙ୍କର ସେ ମା’ । ତାଙ୍କର ଅକାଳ ବିୟୋଗ ଖବର ପାଇବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି। କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor